ନିଶ୍ଚିନ୍ତକୋଇଲି,୩୧/୦୭/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-ନେମାଳ ଚିତ୍ରୋତ୍ପଳା ସେତୁ ନିକଟରେ ନଦୀରେ ଗାଧୋଉଥିବା ବେଳେ ଜନୈକ ବୃଦ୍ଧା ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ,ନେମାଳ ଗ୍ରାମର ବାସନ୍ତୀ ପରିଡା ନାମ୍ନୀ ୭୫ ବର୍ଷୀୟା ବୃଦ୍ଧା ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ନଦୀ ସ୍ରୋତରେ ଭାସିଯାଇଥିଲେ ।
ତାଙ୍କୁ ଲୋକେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳ ରେ ଶୋକ ପ୍ରକାଶ ପାଇଛି ।
