ଜିଲାସ୍ତରୀୟ ସଡ଼କ ନିରାପତା କମିଟି ବୈଠକ

କେନ୍ଦ୍ରାପଡ଼ା,୩୧/୦୭/୨୦୨୫(ଓଡ଼ିଶା ସମାଚାର)- ଜିଲ୍ଲାସ୍ତରୀୟ ସଡ଼କ ନିରାପତା ବୈଠକ ଅତିରିକ୍ତ ଜିଲାପାଳ (ରାଜସ୍ୱ)ଙ୍କ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲାପାଳ(ରାଜସ୍ୱ)ରବୀନ୍ଦ୍ର କୁମାର ମଲ୍ଲିକ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆଂଚଳିକ ପରିବହନ ଅଧିକାରୀ ଧୀରେନ୍ଦ୍ର କୁମାର ନାୟକ, ରାସ୍ତା ଓ କୋଠାବାଡି ବିଭାଗର (୧) ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଜେନା, ଘରୋଇ ବସ ସଂଘର ଆର ଆର ଦାସ, ଓଡିଶା ରାଜ୍ୟ ସଡକ ପରିବହନ ର ଆସିଷ୍ଟାଂଟ ମ୍ୟାନେଜର ଶଶୀକାନ୍ତ ସାହୁ, ଡିଏସପିଇ ଡିଆଇବି ଲକ୍ଷ୍ମୀ ନାରାୟଣ ତିୱାରୀ, କେନ୍ଦ୍ରାପଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ଜାତୀୟ ରାଜପଥର ସୁଜିତ କୁମାର ସ୍ୱାଇଁ,ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ସଚ୍ଚିଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବୈଠକରେ ମତ ରଖିଥିଲେ ।

ବୈଠକରେ ଦ୍ରୁତ ଗାଡି ଚାଳନ, ଓଭର ଲୋଡିଂ, ହେଲମେଟ ଚେକିଂ, ହମ୍ପସ ନିର୍ମାଣ, ସାଇନ ବୋର୍ଡ, ଇତ୍ୟାଦି ବିଷୟରେ ଆଲୋଚନା ହେବା ସହିତ ଜନସାଧାରଣ ଭୟ ନ କରି ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ପହଂଚାଇବାକୁ ଗୁରୁତ୍ୱ ଦିଆଯାଇଛି । ବିଦ୍ୟାଳୟ, ମହାବିଦ୍ୟାଳୟ ବ୍ୟତୀତ ସାଧାରଣ ଜନତାଙ୍କୁ ସଡକ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅତିରିକ୍ତ ଜିଲାପାଳ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।

ଏହାଛଡା ଅମାନିଆ ଗାଡି ଚାଳକଙ୍କ ପ୍ରତି ଦୃଷ୍ଟି ଦେଇ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଜିଲାପାଳ ନିର୍ଦେଶ ଦେଇଛନ୍ତି । ପରିବହନ ବିଭାଗର ସୂଚନା ମୁତାବକ ଚଳିତ ବର୍ଷ ଜାନୁଆରୀ ମାସରୁ ଜୁନ ମାସ ମଧ୍ୟରେ ଦ୍ରୁତ ଗାଡି ଚାଲନା ପାଇଁ ୩୯୭ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ କରାଯାଇଛି ।

ସେହପିରି ଓଭର ଲୋଡିଂ ପାଇଁ ୪୪, ମଦ ପିଇ ଗାଡି ଚାଳନା ପାଇଁ ୬୭ ଜଣ, ଗାଡି ଚାଳନା ସମୟରେ ଫୋନ ର ବ୍ୟବହାର ପାଇଁ ୧୯ ଜଣଙ୍କ, ବିନା ହେଲମେଟ ପାଇଁ ୧୪୩ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ କରାଯାଇଥିବା ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *