କଟକ ସଦର ନିର୍ବାଚନ ମଣ୍ଡଳୀର ବିକାଶ ନିମନ୍ତେ ରାଜ୍ୟପାଳ ଙ୍କ ସହ ବିଧାୟକ ଙ୍କ ଆଲୋଚନା

କଟକ,୨୯/୦୭/୨୦୨୫ ( ଓଡିଶା ସମାଚାର /ଅଭୟ ଜେନା)- ଏକ ବର୍ଷ ରୁ ଅଧିକକାଳ ହେଲାନୂଆ ସରକାର ଲୋକଙ୍କ ମୌଳିକ ସମସ୍ୟା ଦୂର କରିବା ପାଇଁ, ସାଧାରଣ ଲୋକଙ୍କ ପାଖ କୁ ଯାଇ, ସେମାନଙ୍କ ଙ୍କ ସମସ୍ୟା କିପରି ଦୂର କରାଯିବ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି ।

କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି ନୂଆଦିଲ୍ଲୀ ଠାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ବିକଶିତ କଟକ ସଦର ର ପ୍ରଗତି ଉପରେ ଚର୍ଚ୍ଚା ଆଲୋଚନା କରିଛନ୍ତି । ଏଥିସହ କଟକ ସଦର ନିର୍ବାଚନମଣ୍ଡଳୀରେ ବ୍ୟାପକ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ର ସଫଳ ରୂପାୟନ ନିମନ୍ତେ ଶ୍ରୀ ସେଠୀ ଜନସାଧାରଣ ଙ୍କର ସହଯୋଗ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *