କାମାକ୍ଷା ନଗର ରେ ୭୮ ପ୍ରତିଶତ ଭୋଟ , ଭୁବନ ଏନ୍ ଏ ସି ୭୯ ,ବ୍ଲକ ୭୫ ପ୍ରତିଶତ 

ଭୁବନ ୨୬/୦୫/୨୦୨୪ (ଓଡ଼ିଶା ସମାଚାର)-କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀରେ ସମୁଦାୟ ୭୮ ପ୍ରତିଶତ ଭୋଟ ହୋଇଥିବା ଜଣା ପଡ଼ିଛି। ସମୁଦାୟ ୨ ଲକ୍ଷ ୧୯ ହଜାର ୧୧୩ ଭୋଟର ଙ୍କ ମଧ୍ୟରୁ ୧ ଲକ୍ଷ ୭୧ ହଜାର ୧୫୮ ଜଣ ଭୋଟର  ମତଦାନ କରିଛନ୍ତି । ଭୁବନ ଏନ୍ ଏ ସି ରେ ସମୁଦାୟ ୧୮ ହଜାର ୨୫୨ ଜଣ ଭୋଟର ଙ୍କ ମଧ୍ୟରୁ ୧୪ ହଜାର ୪୬୮ ଜଣ ଭୋଟ ଦେଇଛନ୍ତି । ଭୁବନ ବ୍ଲକ ରେ ୭୫ ପ୍ରତିଶତ ଭୋଟ ହୋଇଥିବା ବିଡ଼ିଓ କଲ୍ୟାଣ ସୌରଭ ଦାସ ଜଣାଇଛନ୍ତି । ଭୁବନ ବ୍ଲକ ଏନ୍ ଏ ସି ରେ ସମୁଦାୟ ୮୮ ଟି ବୁଥ ରେ ଭୋଟ ଗ୍ରହଣ ହୋଇଥିଲା । ଇ ଭି ଏମ ମେସିନ ତ୍ରୁଟି ସକାଶେ ଅଧିକାଂଶ ବୁଥ ରେ ସନ୍ଧ୍ୟା ଠାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ଅପରାହ୍ନ ରେ କେତେକ ବୁଥ ରେ ବିଜେଡି – ବିଜେପି କର୍ମୀ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପ୍ରତ୍ୟେକ ବୁଥ ରେ ଉଭୟ ଗୋଷ୍ଠୀ ଛକା ପଞ୍ଝା ରେ ରହିଥିଲେ । ଏବଂ ସବୁ ଜାଗାରେ ବିଜେଡି – ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ଦେଖିବାକୁ ମିଳିଥିଲା । ଭୋଟ ପ୍ରତିଶତ ଅଧିକ ହୋଇଥିବାରୁ ବିଜେପି ଜିତିବା ନିଶ୍ଚିତ ବୋଲି ବିଜେପି କର୍ମୀ ମାନେ ଦାବି କରୁଥିବା ବେଳେ ବିଜୟ ବ୍ୟବଧାନ କମ ହୋଇପାରେ କିନ୍ତୁ ବିଜେଡ଼ି ଜିତିବା ନିଶ୍ଚିତ ବୋଲି ବିଜେଡି ନେତା,କର୍ମୀ ମାନେ ଦାବି କରୁଛନ୍ତି । ବିଜେଡ଼ି – ବିଜେପି ମଧ୍ୟରୁ ଯିଏବି ଜିତିବ  ସର୍ବାଧିକ ୫ ହଜାର ବ୍ୟବଧାନ ମଧ୍ୟରେ  ଜିତିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ତେବେ କିଏ ଜିତିବ ଆଉ କେତେ ବ୍ୟବଧାନରେ ଜିତିବ ତାହା ଆସନ୍ତା ଜୁନ ୪ ତାରିଖ ରେ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *