କେନ୍ଦୁଝର,୨୮/୦୭/୨୦୨୫(ଓଡ଼ିଶା ସମାଚାର)- ଜିଲା ଆଇନସେବା ପ୍ରାଧୀକରଣ ପକ୍ଷରୁ ଜିଲା କୋର୍ଟରେ ଜିଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପ୍ରାଧୀକରଣର ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ହିମାଂଶୁ ଶେଖର ବିଶ୍ୱାଳ, ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ନାୟକ, ରେଜିଷ୍ଟ୍ରାର୍ ସୁଚେତା କୃପାଳିନୀ, ଉପଖଣ୍ଡୀୟ ବିଚାରପତି ସୁମିତ୍ରା କୁମାରୀ ଦାସ ଓ କନିଷ୍ଠ ପ୍ରଥମ ଶ୍ରେଣୀ ବିଚାରପତି ଅମ୍ବିକେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିବାବେଳେ ପ୍ରାଧୀକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ କାର୍ଯ୍ୟଭାର ସମ୍ଭାଳିଥିଲେ ।
ଏହି ଜିଲାସ୍ତରୀୟ ଲୋକ ଅଦାଲତରେ ସମୁଦାୟ ୨୫ଟି ଏନ୍ଆଇ ଆକ୍ଟ ମକଦ୍ଧମା ସମାଧାନ କରାଯାଇ ୧ କୋଟି ୪୪ ଲକ୍ଷ ୪୨ ହଜାର ୩୩୬ ଟଙ୍କା ଆଦାୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୋର୍ଟ ପରିଚାଳକ ଅଚୁ୍ୟତାନନ୍ଦ ସାମନ୍ତରା, ନାଜିର ନିର୍ମଳ କୁମାର ନାଏକ, ଆଇନସେବା ପ୍ରାଧୀକରଣର ପ୍ୟାନେଲ୍ ଅଧିବକ୍ତା ସୁନିଲ କୁମାର ମହାନ୍ତ, ଶକ୍ତି ପ୍ରସାଦ ଶତପଥୀ, ପ୍ରାଧୀକରଣ କର୍ମୀ ସତ୍ୟରଞ୍ଜନ ଦାସ, ସ୍ନେହଲତା ବାସ୍କେ, ଦେବବ୍ରତ କୁମାର ଦାସ, ମାନସ ରଞ୍ଜନ ନାଏକ ଓ ଶିଶିର କୁମାର ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ ।
