କେନ୍ଦ୍ରାପଡାରେ ନୂତନ ଜିଲାପାଳଙ୍କ କାର୍ଯ୍ୟରେ ଯୋଗଦାନ

କେନ୍ଦ୍ରାପଡ଼ା, ୧୨/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ନୂତନ ଜିଲାପାଳ ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ମୃତିରଞ୍ଜନ ପ୍ରଧାନ ଯୋଗ ଦେଇଛନ୍ତି । ଆଜି ସକାଳେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ପୂର୍ବାହ୍ନ ୧୧ଟାରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପ୍ରଧାନ ଏହାପୂର୍ବରୁ ଗଜପତି ଜିଲାର ଜିଲାପାଳ ଭାବେ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୨ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗଜପତି ଜିଲାର ଜିଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ସେ ମତ୍ସ୍ୟ, ଶିଳ୍ପ, ଓଡିଶା ଜୀବିକା ମିଶନର ନିର୍ଦ୍ଧେଶକ ଭାବେ କାର୍ଯ୍ୟ କରୁଥିଲେ । କାର୍ଯ୍ୟରେ ଯୋଗ ଦେବା ପରେ ଜିଲାପାଳ ଗରଦପୁର ବ୍ଲକରେ ମିଳିତ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ । ଅପରାହ୍ନରେ ଘରେଘରେ ତ୍ରିରଙ୍ଗା ଅଭିଯାନ ଆନୁକୂଲ୍ୟରେ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଏବଂ ୭୮ତମ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଜିଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାନଭାସ୍ ରେ ‘ଜୟ ହିନ୍ଦ୍’ ଲେଖିବା ସହ ତ୍ରିରଙ୍ଗା ସେଲ୍ଫି ପଏନ୍ଟରେ ଫଟୋ ଉଠାଇଥିଲେ । ପରେ ଜାତୀୟ ପତାକା ଧରି ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ତ୍ରିରଙ୍ଗା ସହ ସେଲ୍ଫି ପଏନ୍ଟରେ ଫଟୋ ଉଠାଇଥିଲେ । ଜିଲା କାର୍ଯ୍ୟାଳୟରେ ପହଂଚିବା ସମୟରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ରମେଶ ପଣ୍ଡା, ସମସ୍ତ ଜିଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର, ଲାଇନ୍ ଡିପାର୍ଟମେଂଟର ଅଧିକାରୀ, ନିର୍ବାହୀ ଅଧିକାରୀ, ଷ୍ଟାଫ୍ କମିଟିର କର୍ମକର୍ତା ଓ ଜିଲା କାର୍ଯ୍ୟାଳୟର କର୍ମକର୍ତା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

Leave a Reply

Your email address will not be published. Required fields are marked *