ଧର୍ମଶାଳା ମିଡିଆ କ୍ଲବ୍  ର  ସ୍ୱନକ୍ଷତ୍ର ଦିବସ

ଧର୍ମଶାଳା,୨୮/୦୭/୨୦୨୫(ଓଡ଼ିଶା ସମାଚାର)-ଧର୍ମଶାଳା ମିଡିଆ କ୍ଲବ୍ ର ତୃତୀୟ ସ୍ୱନକ୍ଷତ୍ର ଦିବସ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ୍ ରେ ଅନୁଷ୍ଠିତ ହୋଇଯାଇଛି  । କ୍ଲବ୍ ର ସଭାପତି ସୁଧାକର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ସମ୍ମାନିତ ଅତିଥିଭାବେ ଓଡ଼ିଆ ପ୍ରଫେସର୍ ତଥା ରାଜଧାନୀ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷା ଶକୁନ୍ତଳା ବଳିୟାରସିଂ, ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ସୂଚନା କମିଶନର୍ ଦିଲ୍ଲୀପ କୁମାର ବିଷୋଇ ପ୍ରମୁଖ ଯାଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କ୍ଲବ୍ ର ସମ୍ପାଦକ ବସନ୍ତ ନାୟକ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ “ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକଙ୍କ ଭୂମିକାକୁ ନେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ମନୋନୀତ ଶିଶୁ ସାହିତି୍ୟକ ରାଜକିଶୋର ପାଢ଼ୀ, କଟକ ଚୌଦ୍ୱାରା ଏସଡିିପିଓ ଉମାକାନ୍ତ ନାୟକ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ବିଶ୍ୱରଞ୍ଜନ କର, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଲକ୍ଷ୍ମୀନାରାୟଣ ମହାନ୍ତି, ଯୁବ ଉଦ୍ୟୋଗୀ ତଥା ଜଗନ୍ନାଥ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ର ପରିଚାଳକ ପ୍ରଦୀପ୍ତ କୁମାର ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଖବରଦାତା ବିମଳ ପତି, ଆନନ୍ଦ ଚନ୍ଦ୍ର ମହାରଣା, ପ୍ରଫୁଲ୍ଲ କୁମାର ରାଉତ, ସେକ୍ ଆଲାଉଦିନ, ତ୍ରିଲୋଚନ ବେହେରା, ଗୟାଧର ନାୟକ, ଦୀପକ ଦାସ, ସୁଶାନ୍ତ ନାୟକ, ଗଗନ ଦାସ, ଅଶୋକ ଦାସ, ସୁଶାନ୍ତ ଗୋଚ୍ଛାୟତ ଓ ଶିବପ୍ରସାଦ ମହାନ୍ତି ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ସାମ୍ବାଦିକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *