ଭାରତୀ ପାହାଡରେ ବ୍ଲାଷ୍ଟିଂ ଯୋଗୁ ବନ୍ୟଜନ୍ତୁ ସହରମୁହାଁ , ଜାତୀୟ ରାଜପଥରେ ଦୁର୍ଘଟଣାରେ ଭାଲୁ ମୃତ

ଭୁବନ ୧୫/୧୨/୨୦୨୫ (ଓଡ଼ିଶା ସମାଚାର)-ଭୁବନ ସହର ଉପକଣ୍ଠସ୍ଥ ଭାରତୀ ପାହାଡ଼ରେ ବେଆଇନ ଭାବେ ଦୀର୍ଘଦିନ ଧରି ଚାଲିଥିବା ଅବୈଧ ପଥର ଖନନ ଓ ବ୍ଲାଷ୍ଟିଂ ଯୋଗୁ ବନ୍ୟଜନ୍ତୁଙ୍କ ପାଇଁ ଭୟଙ୍କର ସଙ୍କଟ ସୃଷ୍ଟି କରିଛି। ଜଙ୍ଗଲ ପରିବେଶ ଧ୍ଵଂସ ହେଉଥିବାରୁ ଖାଦ୍ୟ ଓ ସୁରକ୍ଷିତ ଆଶ୍ରୟ ପାଇଁ ବନ୍ୟଜନ୍ତୁମାନେ ସହର ମୁହାଁ ହେଉଛନ୍ତି ଓ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି ।

ଭୁବନ ଥାନା ନିକଟରେ ରାତି ସମୟରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଅଜଣା ଗାଡ଼ି ଧକ୍କା ପରେ ଗୋଟିଏ ଭାଲୁ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲା ଏବଂ କିଛି ସମୟ ମଧ୍ୟରେ ତାହାର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଖବର ପାଇ ଫରେଷ୍ଟ ରେଞ୍ଜର ରାକେଶ କୁମାର ଦଳେଇ , ଫରେଷ୍ଟର କଳ୍ପନା ବେହେରା ସଦଳ ବଳେ ଘଟଣାସ୍ଥଳରେ ପହଞ୍ଚି ଭାଲୁ ର ମୃତ କୁ ଉଦ୍ଧାର କରି ରେଞ୍ଜ କାର୍ଯ୍ୟାଳୟ ପରିସରକୁ ନେଇଯାଇଥିଲେ ।

ଶବ ବ୍ୟବଚ୍ଛେଦ କରାଇବା ପରେ ମୃତ ଭାଲୁ କୁ ପୋତି ଦିଆ ଯାଇଥିଲା। ମୃତ ଭାଲୁ ଟି ପ୍ରାୟ ୧୨ ବର୍ଷର ଏବଂ ଓଜନ ଦେଢ଼ କ୍ଵିଣ୍ଟାଲ ହେବ ବୋଲି ରେଞ୍ଜର ଶ୍ରୀଯୁକ୍ତ ଦଳେଇ ପ୍ରକାଶ କରିଛନ୍ତି। ଭାରତୀ ପାହାଡ ବାରହା, ଭାଲୁ ଙ୍କ ସୁରକ୍ଷିତ ଆଶ୍ରୟ ସ୍ଥଳ ହୋଇଥିବା ବେଳେ ବ୍ଲାଷ୍ଟିଁ ଯୋଗୁ ବନ୍ୟପ୍ରାଣୀ ମାନେ ଏବେ ସହର ଓ ଜନ ବସତି ମୁହାଁ ହେଉଛନ୍ତି ଏବଂ ନିୟମିତ ଭାବେ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଛନ୍ତି ବୋଲି ସ୍ଥାନୀୟ ଲୋକମାନେ ମତ ଦେଉଛନ୍ତି। ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀ ମାନେ ମଧ୍ୟ ଏହି ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *