ସମ୍ଭାବ୍ୟ ବନ୍ୟା ମୁକାବିଲା ନେଇ ସମୀକ୍ଷା ବୈଠକ

ଭୁବନେଶ୍ୱର,୨୭/୦୭/୨୦୨୫ (ଓଡ଼ିଶା ସମାଚାର)- ଭଲ ବର୍ଷା ହେବା ଫଳରେ ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ଘଟିଛି । ସମ୍ଭାବ୍ୟ ବନ୍ୟା ମୁକାବିଲା ନେଇ ସରକାରୀ ସ୍ତରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜୀବ ଭବନରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ସାମିଲ୍ ହୋଇଥିଲେ । ପ୍ରବଳ ବର୍ଷା କାରଣରୁ ମହାନଦୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା ରହିଛି ।

ଆଗାମୀ ୨୪ ଘଂଟା ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବାକୁ ଯାଉଛି ଅବପାତ । ଫଳରେ ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋବାର ସମ୍ଭାବନା ରହିଛି  । ପ୍ରବଳ ବର୍ଷା ନେଇ ଉତର ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ୧୦ଟି ଜିଲାକୁ ଅରେଞ୍ଜ ଓ ୧୮ ଜିଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ଭିତରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିବାକୁ ଥିବା ଅଂଚଳରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଆଲୋଚନା ହୋଇଥିଲା । ଚୂଡ଼ା, ଗୁଡ଼ ଭଳି ଅତ୍ୟାବଶକ ସାମଗ୍ରୀ ମହଜୁଦ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *