ଭୁବନେଶ୍ୱର,୨୬/୦୭/୨୦୨୫(ଓଡ଼ିଶା ସମାଚାର)-ସ୍ଥାନୀୟ ରସୁଲଗଡସ୍ଥିତ ଏସପ୍ଲାନେଡ଼ଠାରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅଧ୍ୟକ୍ଷ ତଥା ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସଂଗୀତ ଜଗତର ଉଜ୍ବଳ ପ୍ରତିଭା ତଥା ବିଶିଷ୍ଟ ସଂଗୀତଙ୍ଗ ସୁବାସ ଦାସ, ସମ୍ମାନିତ ଅତିଥି ଭାବେ ସଫଳ ଉଦ୍ୟୋଗୀ ସୁଧାଂଶୁ ଦାସ ଉପସ୍ଥିତ ରହିବା ସହ ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା, ସୁରକ୍ଷା ତଥା କିପରି ଜଣେ ସଫଳ ଉଦ୍ୟୋଗୀ ଭାବେ
ନିଜକୁ ପ୍ରତିଷ୍ଠିତ କରିବା ସହିତ ଆଧୁନିକ ଜ୍ଞାନ କୌଶଳକୁ ଅବଲମ୍ବନ କରି ନିଜର ଉତ୍ପାଦିତ ସାମଗ୍ରୀକୁ ବିତରଣ, ବିଜ୍ଞପିତ କରିବା ପ୍ରମୁଖ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ଦୃଢନିଷ୍ଠା, ସଂକଳ୍ପ ଦ୍ୱାରା ଜଣେ ସଫଳ ବ୍ୟକ୍ତି ଓ ଉଦ୍ୟୋଗୀ ହୋଇ ପାରିବେ କହିଥିଲେ ।
ଏହି ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ବହୁ ଯୁବ, ମହିଳା ଉଦ୍ୟୋଗୀ ଯୋଗପ୍ରଦାନ କରି ନିଜନିଜ ମତ ରଖିଥିଲେ । ଘରେ ଘରେ ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟ ହେବା ସହିତ ସମସ୍ତେ ଗୋଟିଏ ପରିବାରର ସଦସ୍ୟ /ସଦସ୍ୟା ଭାବେ ମନେ କରିବା ଆବଶ୍ୟକ ବୋଲି ସଭାପତି ଶ୍ରୀଯୁକ୍ତ ମିଶ୍ର କହିଥିଲେ । ଏହି ଅବସରରେ ପ୍ରାଉଡ଼ ପରଚେଜର ଭାବେ ନୀଳୟ କାନ୍ତ ନାୟକ, ଉଦ୍ୟୋଗୀ ସୀତାଂଶୁ ଶେଖର ମହାରଣାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
