ବରୀ ଲୋକକଳା ଶେଷ ସଂଧ୍ୟାରେ ଯୋଗ ଦେଲେ ବିଶ୍ବରଂଜନ , ଦେଲେ ସମର୍ଥନ ।

ଯାଜପୁର ,୧୪/୧୨/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର) – ନୁହେଁ ଏଇଟା ରାଜନୈତିକ ମଞ୍ଚ , ଏହା ହେଉଛି ସାଂସ୍କୃତିକ ମଞ୍ଚ । ବରୀ ଲୋକ କଳା ଶେଷ ସଂଧ୍ୟାରେ ବରୀ ବାସୀଙ୍କୁ ସମ୍ୱୋଧନ କରି ଏହି କାର୍ୟ୍ୟକ୍ରମ କିପରି ଆଗକୁ ତ୍ୱରାନ୍ୱିତ ହେବ ପ୍ରତିଶ୍ରୁତି ଦେଇ ବକ୍ତବ୍ୟ ଆରମ୍ଭ କରି ଉପସ୍ଥିତ ଦର୍ଶକ ,ଅତିଥି ଓ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ଉସ୍ତାହ ଦେଲେ ବରୀ ର ଲୋକପ୍ରିୟ ଯୁବ ବିଜେଡି ନେତା ଶ୍ରୀ ବିଶ୍ବରଂଜନ ମଲ୍ଲିକ ।
ସେ ସର୍ବଦା ବରୀ ର ଉନ୍ନତି ଚାହାଁନ୍ତି , ଏହି କାର୍ୟ୍ୟକ୍ରମ ବରୀ ପାଇଁ ନୂତନ ପରିଚୟ ପ୍ରଦାନ କରିଛି ଓ ଏହାକୁ ସୁଦୂର ପ୍ରସାରି କରିବାକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିବେଦନ କରି ଲୋକଙ୍କ ପ୍ରଶଂସା ସାଉଁଟି ଥିଲେ । ଆଗାମୀ ବର୍ଷ ରେ ଏହାକୁ ବ୍ୟାପକ କରିବା ସହ ସରକାରୀ ସହାୟତା କିପରି ମିଳିବ ସେ ପ୍ରତି ସେ ଦୃଷ୍ଟି ଦେବେ ବୋଲି ସୂଚନା ମଧ୍ୟ ଦେଇଛନ୍ତି । ଏହି ସମୟରେ ହଜାର ହଜାର ବିଶ୍ୱ ପ୍ରେମୀ ସାମିଲ ହୋଇ ମୋ ବରୀ ମହାନ ନାଡା ଦେଇଥିଲେ । ଉଦଯାପନି ରାତ୍ରୀରେ ବରୀ ତହସିଲଦାର ସାଇ ଶ୍ରୀ ଲୋକନାଥ ସେଠି , ଯାଜପୁର ପୂର୍ବତନ ଏ ଡି ଏମ୍ ଶ୍ରୀ ଅକ୍ଷୟ ମଲିକ , ବରୀ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡି , ଅନୁଷ୍ଠାନ ସଭାପତି ଡ଼ା ରାଜକିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *