କାମାକ୍ଷା ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ଖଵର ପାଇ ଉଦ୍ଧାର କାର୍ଯ୍ୟରେ ସହାୟତା କଲେ ସଦର ବିଧାୟକ

କଟକ ସଦର,୩୦/୦୩/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଆଜି (ରବିବାର ପୂର୍ବାହ୍ନରେ) କଟକ ନିର୍ଗୁଣ୍ଡି ଠାରେ ବେଙ୍ଗାଲୁରୁ – କାମାକ୍ଷା ପାସେଞ୍ଜର ଏକ୍ସପ୍ରେସର‌ ୧୧ ଗୋଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଏକାଧିକ ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

କଟକ ସଦର ଵ୍ଲକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉପସ୍ଥିତ ଥିବା ବେଳେ ଦୂର୍ଘଟଣା ସମ୍ପର୍କରେ ଖଵର ପାଇ ତୁରନ୍ତ ଦୂର୍ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ରେ ଏନଡିଆରଏଫ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଟିମ୍ ସହିତ ମିଶି ଉଦ୍ଧାର କାର୍ଯ୍ୟରେ ସହାୟତା କରି ମହନୀୟତା ଦେଖାଇଥିବା ଜଣାପଡିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଆହତ ଓ ମୃତକଙ୍କ ପାଇଁ ରାଜ୍ୟ ସରକାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବେ ବୋଲି ବିଧାୟକ ପ୍ରକାଶ ସେଠୀ କହିଛନ୍ତି।

Leave a Reply

Your email address will not be published. Required fields are marked *