କେନ୍ଦ୍ରାପଡା ୦୩/୧୦/୨୦୨୫ (ଓଡିଶା ସମାଚାର )- ଦୀର୍ଘ ୪୨ବର୍ଷ ପରେ ମାର୍ଶାଘାଇ କଲେଜ ରେ ଅଧ୍ୟୟନ କରିଥିବା କିଛି ପୁରୁଣା ସହପାଠୀ ମାନେ ଏକାଠି ହୋଇଛନ୍ତି । ୧୯୮୩ମସିହାରେ ପାଠ ପଢିଥିବା ବିଦ୍ୟାର୍ଥୀମାନେ ଆଜି କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀ ବଳଦେବଜୀଉ ଙ୍କ ଦର୍ଶନ କରିବାପରେ ମନ୍ଦିର ପରିସରରେ ଥିବା ଆନନ୍ଦ ବଜାରରେ ଏକାଠି ହୋଇଥିଲେ ।

କଲେଜ ରେ ପଢ଼ୁଥିବା ବେଳର ସ୍ମୃତି ଚାରଣ କରି ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ସେ ସମୟରେ ଶିକ୍ଷାଦାନ କରୁଥିବା ଗୁରୁଜୀ ମାନଙ୍କ ବିଷୟରେ ମଧ୍ୟ ଆଲୋଚନା କରାଯାଇ ସେ ସମୟର ଗୁରୁଜୀ ଓ ଏବେକାର ଗୁରୁଜୀ ଙ୍କ ବିଷୟରେ ଆଲୋଚନା କରିଥିଲେ ।
ଏହିପରି ପ୍ରତ୍ୟେକ ବର୍ଷ ବନ୍ଧୁ ମିଳନରେ ଏକାଠି ହେବାକୁ ବୀଣାପାଣି ଦାଶ, ମଞ୍ଜୁଲତା ଜେନା,ସୁଶାନ୍ତ କୁମାର ବେଉରା,ଗୌରାଙ୍ଗ ଚରଣ ଦାଶ,ବିଜୟା ଲକ୍ଷ୍ମୀସ୍ୱାଇଁ, ଅଶୋକ କୁମାର ବେଉରା ପ୍ରମୁଖ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଭାଗ୍ୟବତୀ ଲେଙ୍କା,ଅଧିକାରୀ ବିଚିତ୍ରା ନନ୍ଦ ଦାଶ,ପ୍ରତାପ ଚନ୍ଦ୍ର ଚୌଧୁରୀ, ଲକ୍ଷ୍ମୀପ୍ରିୟା ଦାଶ,ମମତା ବେହେରା, ମିନତୀ ନାୟକ,ରଜତ ପ୍ରଧାନ ପ୍ରମୁଖ ସମର୍ଥନ କରିଥିଲେ ।
ତେବେ ଆଗାମୀ ବର୍ଷ ଦାରିଙ୍ଗବାଡି ରେ ବନ୍ଧୁ ମିଳନ କରିବାକୁ ମଞ୍ଜୁଲତା ଜେନା ଓ ଭଗବାନ ଜେନା ଙ୍କ ପ୍ରସ୍ତାବକୁ ସର୍ବସାମ୍ମତ କ୍ରମେ ଗ୍ରହଣ କରାଯାଇଥିଲା । ଶେଷରେ ଶ୍ରୀ ବଳଦେବ ଜୀଉ ଙ୍କ ପ୍ରସାଦ ସେବନ କରି ଆନନ୍ଦ ମନରେ ପୁରୁଣା ବିଦ୍ୟାର୍ଥୀ ମାନେ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଶେଷ କରିଥିଲେ ।
