ଚୋରା ବନ୍ଧୁକ ବିକ୍ରୀ କରିବାକୁ ଉଦ୍ୟମ କରୁଥିବା ୬ ଜଣ ପେଶାଦାର ଅପରାଧୀଙ୍କୁ ମାଡ଼ି ବସିଲା ପୋଲିସ

କଟକ ସଦର, ୨୬/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପାର୍ବଣ ପୂର୍ବରୁ କଟକ କମିଶନରେଟ ପୋଲିସ କୁ ବଡ଼ ସଫଳତା ମିଳିଛି। ପ୍ରକାଶ ଯେ ବାହାର ରାଜ୍ୟରୁ ଚୋରା ବନ୍ଧୁକ ଆଣି ବିକ୍ରି ପାଇଁ ମସୁଧା କରୁଥିବା ୬ ଜଣ ପେଶାଦାର ଅପରାଧୀଙ୍କୁ ମାଲଗୋଦାମ ପୋଲିସ ଓ‌ ଏସଟିଏଫ ଟିମ୍ ମାଡିବସି ଥିବା ଜଣାପଡିଛି।

ସେମାନଙ୍କ ଠାରୁ ୫ ଟି ୭.୬୫ ଏମ୍ ଏମ୍ ବନ୍ଧୁକ,୧୩ ରାଉଣ୍ଡ ଗୁଳି,୩ ଟି ମୋବାଇଲ ଓ ୪ଟି ବାଇକ୍ ଜବତ ହୋଇଛି।

ଏଥିରେ ସମ୍ପୃକ୍ତ ଜୋବ୍ରା ମାଟିଆ ମଙ୍ଗଳା ଛକ ର କାଡୁଆ ଓରଫ ଦେବଦତ୍ତ ସିଂ ବେହେରା (୨୬), ଜୋବ୍ରା ମଠ ସାହିର ରାଜା ଓରଫ ପିୟୁଶ ରେଡି(୨୦), ଜୋବ୍ରା ନଦୀକୂଳ ସାହିର ନଣ୍ଡା ଓରଫ ବିଜୟ ରାଓ(୩୬), ଜୋବ୍ରା ନୂଆସାହି ର ହାପି ଓରଫ ଜ୍ୟୋତିରଂଜନ ନାୟକ (୨୩), ଜୋବ୍ରା ତଳସାହିର ତପୁ ଓରଫ ତପନ ସେଠୀ (୨୦), ଜୋବ୍ରା ନୂଆସାହି ର ଵିଦୁ ଓରଫ ବଦ୍ରିନାଥ ବେହେରା (୨୨) ଙ୍କୁ ଆଜି ଶନିବାର ଦିନ ମାମଲା ନଂ ୧୭୬/୨୦୨୫, ଆର୍ମ ଆକ୍ଟରେ ମାଲଗୋଦାମ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସିପି ଏସ୍. ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି। ଏହି ଗ୍ୟାଙ୍ଗର ମୁଖ୍ୟ ୨୦୧୯ରେ ପୁଲିସ ହାତରେ ଧରା ପଡ଼ିଥିବା ଡିସିପି ଖିଲାରି ରିଷିକେଶ ଦ୍ୟାନଦେଓ ସୂଚନା ଦେଇଛନ୍ତି 

Leave a Reply

Your email address will not be published. Required fields are marked *