ସମ୍ବଲପୁର, ୨୬/୦୭/୨୦୨୫ (ଓଡ଼ିଶା ସମାଚାର)- ବୁର୍ଲା (ବୁର୍ଲା ମେଡିକାଲ କଲେଜର ) ଭୀମସାରର ଦୁଇ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୨ଟା ସମୟରେ ବୁର୍ଲା ମେଡିକାଲ କଲେଜର ୬ ଛାତ୍ରଛାତ୍ରୀ ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତ ବୁଲିବାକୁ ଯାଇଥିଲେ । ସେଠାରେ ଗାଧୋଇବାବେଳେ ଦୁଇ ଜଣ ଜଳ ପ୍ରପାତର ଗଭୀର ଗାତକୁ ଚାଲି ଯାଇଥିଲେ । ଫଳରେ ଦୁଇ ଜଣ ଛାତ୍ରଛାତ୍ରୀ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ ।
ତୁରନ୍ତ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ନ ମିଳିବାରୁ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଉଭୟ ଛାତ୍ରଛାତ୍ରୀଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ତୁରନ୍ତ ନିକଟସ୍ଥ ମେଡ଼ିକାଲକୁ ନିଆଯାଇଥିଲା ।
ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଛାତ୍ର ଜଣକ ହେଲେ ସନ୍ଦୀପ ପୁରୀ (୨୪) ଓ ଛାତ୍ରୀ ଜଣକ ହେଲେ ମୋନିକା ମୀନା (୨୪) । ଉଭୟ ଭିମ୍ସାର୍ର ଶେଷବର୍ଷର ଛାତ୍ରଛାତ୍ରୀ ଥିଲେ । ସନ୍ଦୀପ ମୂଳତଃ ନୂଆଦିଲ୍ଲୀର ନଜଫଗଡ଼ ଅଞ୍ଚଳର ଓ ମୋନିକା ରାଜସ୍ଥାନର ମାଉଣ୍ଟଆବୁର ବୋଲି ଜଣାପଡ଼ିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛିୀ। ଘଟଣାସ୍ଥଳରେ ବୁର୍ଲା ମେଡିକାଲ୍ ଅଧୀକ୍ଷକ ଓ ଡିନ୍ ପହଞ୍ଚି ତଦାରଖ କରୁଛନ୍ତି।
