କିଶନନଗର, ୦୪/୦୭/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) କଟକ ସଦର ଅନ୍ତର୍ଗତ କଟକ ପାରାଦୀପ ରାସ୍ତା ର ସୋମପୁର ନିକଟରେ କାର ବାଇକ ମୁହାମୁହିଁଧକ୍କା ହୋଇଛି । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଙ୍କୁ କଟକ ଏସ ସି ବି କୁ ସ୍ଥାନାନ୍ତର କରାଯାଇଛି । ପାରାଦୀପ ଆଡୁ ଆସୁଥିବା ବାଇକ ଓ କଟକ ପଟୁ ଆସୁଥିବା କାରମଧ୍ୟରେ ଧକା ହୋଇଛି । ଦୁର୍ଘଟଣା ର କାରଣ ଜଣାପଡ଼ିନାହିଁ ।
ତେବେ ଘଟଣା ସ୍ଥଳରେ କିଶନନଗର ପୋଲିସ ପହଞ୍ଚି ଅନୁଧ୍ୟାନ କରିବା ସହ ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ଡାକ୍ତରଖାନା ପଠାଯାଇଛି । ବାଇକ୍ ଟି ସମ୍ପୂର୍ଣ ଭାଙ୍ଗି ରୁଜି ଯାଇଥିବା ବେଳେ କାର ଟି ରାସ୍ତା ତଳକୁ ଖସି ପଡ଼ିଛି । ଆହତ ଓ ମୃତଙ୍କ ଙ୍କ ପରିଚୟ ମିଳିପାରିନାହିଁ ।