ଦ୍ବି୍ପାଞ୍ଚଳ କେନାଲ ସଫେଇରେ ବ୍ୟାପକ ଅନିୟମିତତା ଅଭିଯୋଗ : ତଦନ୍ତ ଦାବି

ନିଶ୍ଚିନ୍ତକୋଇଲି,୨୫/୦୭/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) ମହାନଦୀ ଚିତ୍ରୋତ୍ପଳା ଦ୍ବି୍ପାଞ୍ଚଳର ଚାଷ ଜମିକୁ  ଜଳସେଚିତ କରିବାପାଇଁ ଦ୍ବି୍ପାଞ୍ଚଳ ଜଳସେଚନ ଯୋଜନା ରେ ଚିତ୍ରୋତ୍ପଳା ସାଇଫନ ନିର୍ମାଣ କରାଯାଇଛି । ଏହି ସାଇଫନ ଜରିଆରେ ନିର୍ମିତ କେନାଲ ଜରିଆରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଛି । ଚଳିତ ବର୍ଷ ଚିତ୍ରୋତ୍ପଳା ଦକ୍ଷିଣ କେନାଲ ଓ ମହାନଦୀ ଉତ୍ତର କେନାଲ କୁ ବର୍ଷାଦିନ ରେ ଅତି ତରବରିଆ ଭାବେ ସଫେଇ କରାଯାଇଛି ।

ଏହି ସଫେଇ କେବଳ ଜେ ସି ବି ମେସିନ ଲଗାଇ ଅତ୍ୟନ୍ତ ନିମ୍ନମାନର କରାଯାଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ସ୍ଥାନରେ କେନାଲ ମଧ୍ୟରେ ଥିବା ଅଳିଆ ଆବର୍ଜନା, ଗଛଲତା ଆଦି କୁ ମନମୁଖୀ ଭାବେ ସଫେଇ  କରାଯାଇଛି ବୋଲି ଚାଷୀମାନେ ଅଭିଯୋଗ କରଛନ୍ତି । କେନାଲ ସଫେଇ ଓ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟାପକ ଅର୍ଥ ବ୍ୟୟ ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନଥିବା ଅଭିଯୋଗ ହେଉଛି । କେନାଲ କାମ ପରେ ପରେ ତତକ୍ଷଣାତ ପାଣି ଛଡ଼ାଯାଉଥିବାରୁ ଠକେଇ/ ଅନିୟମିତତା ଦୃଷ୍ଟିଗୋଚର ହୋଇପାରୁନାହିଁ । ଏହି ସମସ୍ତ ନିମ୍ନମାନ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ନିମନ୍ତେ ଚାଷୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *