ଦିବଂଗତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୨୫/୦୭/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟ ଶାସନ ଭାର ସମ୍ଭାଳୁଥିବା ବିଜେପି ଡବଲ ଇଂଜିନ ସରକାର ନାରା ଦେଇ ବିକାଶର କଥା କହୁଥିବା ବେଳେ ରାଜ୍ୟରେ ମହିଳା, ଶିଶୁ ନଖୋଜ ଓ ନାରୀ ନିର୍ଯାତନା ବିଷୟରେ କୁମ୍ଭକର୍ମ ନିଦ୍ରାରେ ଶୋଇ ପଡୁଛନ୍ତି । ବିଦ୍ୟାଳୟ ଠାରୁ ଆରମ୍ଭକରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରୀମାନେ ଅସୁରକ୍ଷିତ, ଜ୍ୱଳନ୍ତ ଉଦାହରଣ ଏଫଏମ ମହା ବିଦ୍ୟାଳୟର ଛାତ୍ରୀ ଅଧ୍ୟାପକଙ୍କ ଲୋଲୁ ଦୃଷ୍ଟିରୁ ବଂଚିବା ପାଇଁ ନାରୀ ଜାତିର ସମ୍ମାନକୁ ରକ୍ଷା କରିବା ପାଇଁ କଲେଜ ପରିଷରରେ ନିଜର ଆତ୍ମାହୁତି ଦେଇଦେଲେ ।

ନାରୀ ଜାତିରମାନ ସଂଭ୍ରମ ରକ୍ଷା କରିବା ପାଇଁ ଦାବିି କରିଥିବା ଜାତୀୟ କଂଗ୍ରେସ ଆଜି ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏ ସରକାରଙ୍କ ଠାରୁ ଉଚିତ ଜବାବ ତ୍ୱରିତ ନ୍ୟାୟ ପାଇଁ ରାଜ୍ୟ ସାରା ଆନ୍ଦୋଳନ ଜାରି ରଖିଛନ୍ତି । ସଭାପତିଙ୍କ ଆହ୍ୱାନରେ ଓଡିଶା ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବା ବେଳେ ଦିବଙ୍ଗତା ସୈାମ୍ୟଶ୍ରୀ ବିଶି ଙ୍କର ଏକାଦଶହରେ ନୀରବ ପ୍ରାର୍ଥନା ଓ ଦୀପ ଦାନ କାର୍ଯ୍ୟକ୍ରମ ପାଳିତ ହୋଇଛି । କେନ୍ଦ୍ରାପଡା ଜିଲା କଂଗ୍ରେସ ଭବନ ଠାରେ ଜିଲା କଗ୍ରେସ ସଂଯୋଜକ ପ୍ରଫୁଲ କୁମାର ଦାସଙ୍କ ସଭାପତିତ୍ୱରେ ସୈମ୍ୟଶ୍ରୀ ବିଶିଙ୍କ ଫଟୋ ଚିତ୍ରରେ ପୁଷ୍ପଦାନ ଓ ପ୍ରଦୀପ ପ୍ରଜ୍ୱଳନ କରି ଉପସ୍ଥିତ ସମସ୍ତ କଂଗ୍ରେସ ନେତୃମଣ୍ଡଳୀ ଓ ଶତାଧିକ କର୍ମୀ ତାଙ୍କର ଏକାଦଶହରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ଡଃ ସିପ୍ରା ମଲ୍ଲିକ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ସସ୍ମିତା ପଣ୍ଡା, ମତ୍ସ୍ୟଜୀବି କଂଗ୍ରେସ ବିଭାଗର ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ହଳଧର ସେଠୀ, ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି ସତ୍ୟପ୍ରିୟ ସାମଲ, ଯୁବ ନେତା ଉମେଶ ପାଢ଼ୀ, ରଶ୍ମୀ ରଂଜନ ରାଉତରାୟ, ସୁମନ୍ତ ରାଉତ, ହିମାଂଶୁ ନନ୍ଦ, ଚିତରଂଜନ ତରାଈ, ଉଦୟଭାନୁ ପଢିଆରୀ, ଡେରାବିଶି ବ୍ଲକ କଂଗ୍ରେସ ସଭାପତି ଉମେଶ ତ୍ରିପାଠୀ, ରଜନୀକାନ୍ତ ସାମଲ, ଅର୍ଜୁନ ମଲିକ, ବିଦୁଲତା ପଲାଇ, ଅକ୍ଷୟ କୁମାର ପଣ୍ଡା ,ବିକାଶ ରଂଜନ ପଣ୍ଡା, କିଶୋର ସାହୁ, ସ୍ମୁତି ରଂଜନ ପାଢ଼ୀ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଆଳି ଓ ରାଜକନିକା ବ୍ଲକ କଂଗ୍ରେସ କମିଟି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବାବେଳେ ବିଭିନ୍ନ କଲେଜ ଗୁଡିକରେ ନୀରବ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *