ସମାଜ’ ର ନୂତନ ମୁଦ୍ରାକର ଓ ପ୍ରକାଶକ ଭାବେ ଡ ପ୍ରଭାସ ଆଚାର୍ଯ୍ୟଙ୍କ ଦାୟିତ୍ଵ ଗ୍ରହଣ

ଭୁବନେଶ୍ୱର,୨୩/୦୨/୨୦୨୪ (ଓଡ଼ିଶା ସମାଚାର)-ଓଡ଼ିଶାର ସର୍ବ ପୁରାତନ ତଥା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର ‘ସମାଜ ‘ର ନୂତନ ମୁଦ୍ରାକର ଓ ପ୍ରକାଶକ ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ ପ୍ରଭାସ ଆଚାର୍ଯ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ ସଭାପତି ରାଜ କୁମାର ଚୋପ୍ରାଙ୍କ ସମେତ ସମାଜ ର ସଂପାଦକ ଓ ମୁଖ୍ୟ ପରିଚାଳକ, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ପୁରାତନ ସମ୍ବାଦପତ୍ର ର ପାଠକୀୟ ବିଶ୍ୱସନୀୟତା ବଜାୟ ରଖିବା ତଥା ଉତ୍କଳମଣି ଙ୍କ ଆଦର୍ଶକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ ବୋଲି ଡ ଆଚାର୍ଯ୍ୟ ମତ ପୋଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *