ସଦର ବ୍ଲକ ପରିସରରେ ହନୁମାନ ମନ୍ଦିର ନିର୍ମାଣ ପାଇଁ ଦାନବାକ୍ସ ସ୍ଥାପନ

କଟକ ସଦର,୨୫/୦୭/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଆଜକୁ କିଛି ଦିନ ହେଲା କଟକ ସଦର ବ୍ଲକ କୁ ସଂଙ୍କଟ ଲାଗିରହିଥିବା ଚର୍ଚ୍ଚା ହେଉଥିବା ବେଳେ ଶଙ୍କଟମୋଚନ ପାଇଁ ଏଠାରେ ଏକ ଶଙ୍କଟମୋଚନ ହନୁମାନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଶେଷ ହୋଇଥିବା ଜଣାପଡିଛି।

ହେଲେ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଏକ ବଡ଼ ହନୁମାନ ମନ୍ଦିର ଥିବା ବେଳେ ଏଠାରେ କାହା ଅନୁମତି ଓ‌ କାହା ସ୍ବାର୍ଥରେ ହନୁମାନ ମନ୍ଦିର ନିର୍ମାଣ କରିବାକୁ ଉଦ୍ୟମ ହୋଇଛି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେଥିରେ ମୁଖ୍ୟ ଫାଟକ ନିକଟରେ ଥିବା ଗାନ୍ଧୀଙ୍କ ମୂର୍ତ୍ତି ପଛରେ ଏହି ହନୁମାନ ମନ୍ଦିର ନିର୍ମାଣ ପାଇଁ ମୁକ୍ତ ହସ୍ତରେ ଶ୍ରଦ୍ଧାଳୁମାନେ ଦାନ କରିବାକୁ ଏକ ଦାନ ବାକ୍ସ ସ୍ଥାପନା ହୋଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *