ଲୈ।ହମାନବୀ ସରଳାଦେବୀ ଙ୍କ ଜୀବନାଦର୍ଶ ଆଲୋଚନାଚକ୍ର

ସରଳାଦେବୀ ଥିଲେ ନାରୀ ଜାଗରଣର ଅଗ୍ନି ସ୍ଫୁଲିଙ୍ଗ : ଡ଼ଃ ମିଶ୍ର

ରାଉରକେଲା, ୨୪/୧୨/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )-ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ ରାଉରକେଲା, ସରଳାଦେବୀ ସ୍ମୃତି ସଂସଦ କଟକ ଓ ଓଡ଼ିଆ ବିଭାଗ ରାଉରକେଲା କଲେଜ ରାଉରକେଲା ର ମିଳିତ ଆନୁକୂଲ୍ୟରେ ଲୈ।ହମାନବୀ ସରଳାଦେବୀ ଙ୍କ ଜୀବନାଦର୍ଶ ସମ୍ପର୍କରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତି ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ତଥା ଆବାହକ କୁଞ୍ଜବିହାରୀ ରାଉତ ଙ୍କ ଆବାହକତ୍ଵ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ କଲେଜ ର ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ର କୁମାର ଜେନା ଉଦଘାଟକ, ମୁଖ୍ୟଅତିଥି ତଥା ମୁଖ୍ୟ ଆଲୋଚକ ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ଼ଃ ଜ୍ଞାନୀ ଦେବାଶିଷ ମିଶ୍ର, ସମ୍ମାନିତ ଅତିଥି ଭାବେ ସରଳାଦେବୀ ଭାଗିରଥୀ ମହାପାତ୍ର ଟ୍ରଷ୍ଟ ର ମୁଖ୍ୟ ଲକ୍ଷ୍ମୀ ପ୍ରକାଶ ମହାପାତ୍ର, କଲେଜର ଓଡ଼ିଆ ବିଭାଗର ମୁଖ୍ୟ ପ୍ରଧ୍ୟାପିକା ରଶ୍ମିପ୍ରଭା ମଥାନ, ସରଳାଦେବୀ ସ୍ମୃତି ସଂସଦ ରାଉରକେଲା ର ସଭାପତି ମୀନତି ଦେବତା ଓ ସମ୍ପାଦିକା ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇ ସରଳାଦେବୀ ଙ୍କ ବିଭିନ୍ନ କାର୍ଯ୍ୟର ଦକ୍ଷତା ଓ ସମାଜ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଡ଼ଃ ମିଶ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ସରଳାଦେବୀ ହେଉଛନ୍ତି ମହିଳା ସଶକ୍ତିକରଣ ର ଅନ୍ୟ ଏକ ନାମ । ତତ୍କାଳୀନ ସମୟରେ ତାଙ୍କର ଲେଖନୀ ଚାଳନା, ଅବହେଳିତ ନାରୀ ସମାଜ ପାଇଁ ସ୍ବର ଉତ୍ତୋଳନ, ରାଜନୀତିରେ ଯୋଗଦାନ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ବାସ୍ତବରେ ଲୈ।ହମାନବୀ କୁହାଯାଏ। ସେ ଥିଲେ ସମଗ୍ର ନାରୀ ଜାତି ପାଇଁ ଅଗ୍ନିସ୍ଫୁଲିଙ୍ଗ। ତାଙ୍କ ଲେଖନୀରେ ଥଲା ଜୀବନର ବାସ୍ତବତା। ଆଚରଣ ଓ ଉଚ୍ଚାରଣର ଅପୂର୍ବ ସମନ୍ଵୟ ତାଙ୍କୁ ନମସ୍ୟ କରି ରଖିଛି। ଅନ୍ୟ ସମସ୍ତ ଅତିଥି ସରଳାଦେବୀ ଙ୍କ ଜୀବନାଦର୍ଶର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା କରିଥିଲେ। ଉଦ୍ଘାଟକ ଡ଼ଃ ଜେନା ସ୍ବାଗତ ଭାଷଣ ସହ ଏଭଳି କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ପାଇଁ ଉପାଦେୟ ହୋଇପାରିବ ବୋଲି ମତ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ସର୍ବଶ୍ରୀ ସୈ।ମ୍ୟରଞ୍ଜନ ମହାନ୍ତି, ଅପର୍ଣ୍ଣା ପାହାରୀ, ସୋନାଲି ମହାନନ୍ଦ ଓ ଲିପ୍ସା ବଳିଆର ସିଂହ ସରଳାଦେବୀ ଙ୍କ ବିଭିନ୍ନ କ୍ଷେତ୍ରରେ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସୁନିଲ କୁମାର ନାୟକ, ଇଂ ସାଗର ମହାନ୍ତି, ଡ଼ଃ ମଧୁସ୍ମିତା ଧୁପାଳ, ନିରୁପମା ପତି, ସ୍ମୃତି ଲେଙ୍କା, ଅଜିତ ତିର୍କି, ଗୈାରୀ କୁମ୍ଭାର, ହରେକୃଷ୍ଣ ନାୟକ,ରୂଦ୍ର ନାରାୟଣ ସ୍ବାଇଁ ପ୍ରମୁଖ ଙ୍କୁ ବିଭିନ୍ନ ସମ୍ମାନରେ ଉତ୍ତରୀୟ,ମେମୋଣ୍ଟୋ, ମାନପତ୍ର ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ତରଫରୁ ମୁଖ୍ୟ ଅତିଥି ଡଃ ମିଶ୍ରଙ୍କୁ ଭଜକୃଷ୍ଣ ସାରସ୍ଵତ ବିଦବତ୍ତା ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ଅଧ୍ୟାପିକା ପ୍ରିୟଙ୍କା ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ବହୁ ସାହିତ୍ୟିକ ଓ ଓଡ଼ିଆ ବିଭାଗର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *