ଦଶାବତାର କଥାମୃତ ଉଦଘାଟିତ

କଟକ,୨୪/୦୭/୨୦୨୫(ଓଡ଼ିଶା ସମାଚାର)- ବିଶ୍ୱ ସତ୍ୟସନ ସନାତନ-ଧର୍ମ ପ୍ରଚାରିଣୀ ମହାସଂଘ କଳକୀ ସେନା ପକ୍ଷରୁ ଦଶାବତାର କଥାମୃତ ପ୍ରସିଦ୍ଧ ଶୈବକ୍ଷେତ୍ର ଶ୍ରୀ ଶ୍ରୀ ଗଡ଼ଗଡ଼େଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦଶାବତାର ସ୍ତୋତ୍ର, ଜଗନ୍ନାଥାଷ୍ଟକ ଓ କଳକୀ ଭଜନ ଗାନ କରାଯିବା ପରେ ମନ୍ଦିରର ମୁଖ୍ୟପୂଜକ ପଣ୍ଡିତ ହୃଷିକେଶ ପଣ୍ଡା ମଙ୍ଗଳାଷ୍ଟକ ଆବୃତିି କରିଥିଲେ ।

କଳକୀ ସେନାର କେନ୍ଦ୍ରୀୟ ସଭାପତି ଡକ୍ଟର ଜ୍ଞାନଗୁରୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସତ୍ ସଙ୍ଗରେ ବିଶିଷ୍ଟ ପାଲାଗାୟକ ଯୋଗେନ୍ଦ୍ରନାଥ ମାର୍ଥା ପ୍ରବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରଫେସର ପ୍ରଭାକର ମିଶ୍ର ସ୍ୱାଗତ ଭାଷଣ ଦେବା ସହିତ ମୀନ ଅବତାର ଉପରେ ପାରାୟଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିବାସଚନ୍ଦ୍ର ମିଶ୍ର, ବେତାର କଣ୍ଠଶିଳ୍ପୀ ଅଖିଳ ମୋହନ ଦାସ, ପଣ୍ଡିତ ଦେବାଶିଷ ପଣ୍ଡା ଓ ପଣ୍ଡିତ ବିଶ୍ୱନାଥ କର ପ୍ରମୁଖ ଭକ୍ତମାନେ ଅବତାରବାଦ ଉପରେ ଆଧ୍ୟାତ୍ମିକ ଆଲୋଚନା କରିଥିଲେ । ଶେଷରେ ପଣ୍ଡିତ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *