କଟକ ସଦର,୨୪/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ମହାନଗର ନିଗମ (ସିଏମଡି)ର ନୂଆ କମିଶନର ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରିଣୀ (ଆଇଏଏସ୍)କିରଣଦୀପ କୌର ସହୋଟା ଯୋଗ ଦେଇ କାର୍ଯ୍ୟଭାର ଗ୍ରହଣ କରିଥିବା ଜଣାଯାଇଛି।କୀରଣଦୀପ ଦ୍ୱିତୀୟ ମହିଳା କମିଶନର ଭାବେ ଯୋଗ ଦେଇଥିବା ବେଳେ ପୂର୍ବରୁ ପ୍ରଥମ ମହିଳା ଆଇଏଏସ ଭାବେ ଅନନ୍ୟା ଦାସ କାର୍ଯ୍ୟ କରିଥିବା ଜଣାପଡିଛି।

