ରାସ୍ତାରେ ଶବରଖି ନ୍ୟାୟ ମାଗିଲେ ଜନତା

ମାହାଙ୍ଗା,୦୩/୦୬/୨୦୨୬ (ଓଡିଶା ସମାଚାର / ଅଭୟ ଜେନା )କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ଶହ ଶହ ଉତ୍ୟକ୍ତ ଜନତା ପୋଲିସ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇବା ଦେଖିବାକୁ ମିଳିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଲିସ ଓ ଜନତାଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି, ମାହାଙ୍ଗାରେ ବିପର୍ଯ୍ୟସ୍ତ ଆଇନୀ ଶୃଙ୍ଖଳା ନେଇ ପୋଲିସର ପାରିବା ପଣିଆ ପ୍ରତି ଅଙ୍ଗୁଳି ଉଠିଛି ।

ମାହାଙ୍ଗା ଅଂଚଳର କିଛି ଠିକାଦାର ପୋଡାମରାଇ ଗ୍ରାମର ଫକୀର ସେଠୀଙ୍କ ପୁଅ ଦୀପକ ସେଠୀଙ୍କୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ଏକ କମ୍ପାନୀରେ କାମ ଦେବାକୁ କହି ନେଇଯାଇଥିଲେ । ତେବେ ସେଠାରେ ରୋଷେଇ କରିବାକୁ କହିଥିଲେ । ଦୀପକ ରୋଷେଇ ଜାଣିନି ବୋଲି କହିବାରୁ ଅଭିଯୁକ୍ତ ମାନେ ତାଙ୍କୁ ନିସ୍ତୁକ ମାଡ଼ ମାରି ଫିଙ୍ଗି ଦେଇଥିଲେ ।

 ଏ ସମ୍ପର୍କରେ ଖବର ପାଇ ତାଙ୍କ ପରିବାର ବିଶାଖାପାଟଣାରେ ପହଂଚି ପୁଅକୁ ଓଡିଶା ଫେରାଇ ଆଣି ଏକ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଘଟଣା ସମ୍ପର୍କରେ ଭଦ୍ରେଶ୍ୱର ଥାନାରେ ଏତଲା ଦେଇଥିଲେ । ପୋଲିସ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଗତ ୨ ତାରିଖ ଦିନ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଦୀପକର ମୃତ୍ୟୁ ଘଟିଥିଲା ।

ପରିବାର ଲୋକେ ଶବ ଆଣିବା ପରେ ଥାନା ଆଗରେ ରଖି ଆନ୍ଦୋଳନ ପାଇଁ  ପୂର୍ବରୁ ହସ୍ପିଟାଲ ଛକରେ ପୋଲିସ ବାଟ ଘେରିବାରୁ, ପୋଲିସ ଜନତା ଖଣ୍ଡଯୁଧ୍ୟ ଆରମ୍ଭ ହୋଇଯାଇଥିଲା ।  ଦୀପକର ହତ୍ୟାକାରୀ ମାନଙ୍କ ବିରୁଦ୍ଧରେ ପୋଲିସ ନୀରବ ରହିବାରୁ ଏଭଳି ଜନ ଅସନ୍ତୋଷ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ଅତିରିକ୍ତ ଏସପି ପ୍ରଦୀପ୍ତ ସାହୁ ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇବାରୁ ଆନ୍ଦୋଳନ ପ୍ରଶମିତ ହୋଇଥିଲା  ।

Leave a Reply

Your email address will not be published. Required fields are marked *