MDA ତରଫରୁ ଉତ୍କଳ ଦିବସ ପାଳନ

କଟକ, ୦୧/୦୪/୨୦୨୬ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ଉତ୍କଳ ଦିବସ ଅବସରରେ MDA ତରଫରୁ ଗମ୍ଭୀର ଓ ଉତ୍ସାହଭରା ପରିବେଶରେ ଉତ୍କଳ ଦିବସ ପାଳନ କରାଯାଇଥିଲା। ପ୍ରଭାତରୁ “ବନ୍ଦେ ଉତ୍କଳ ଜନନୀ” ଗୀତ ଡାକବାଜି ଯନ୍ତ୍ର ମାଧ୍ୟମରେ ନଗର ପରିକ୍ରମା କରାଯାଇଥିଲା। ପ୍ରାତଃ ୮.୩୦ ରେ MDA ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ଉତ୍କଳର ବରପୁତ୍ରମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ଶେଷରେ ଜଷ୍ଟିସ ଛକ ସ୍ଥିତ ଉତ୍କଳ ଗୌରବ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ MDA ସଭାପତି ସଞ୍ଜୟ କୁମାର ଜେନାଙ୍କ ସଭାପତିତ୍ୱ ରହିଥିଲା।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡେଇ, ଉପସଭାପତି ସରୋଜ ସ୍ୱାଇଁ, ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀ, ସହ-ସମ୍ପାଦକ ଜ୍ଞାନ ରଞ୍ଜନ ଦାସ, କୋଷାଧ୍ୟକ୍ଷ ପ୍ରଭାକର ରଣା ଓ ପ୍ରଶାନ୍ତ ପ୍ରଧାନ, ମହିଳା ସମିତି ସଭାନେତ୍ରୀ ନମିତା ଦାଶ, ସମ୍ପାଦକ ମଧୁସ୍ମିତା ଷଡ଼ଙ୍ଗୀ, ମୁରବୀ ଇଂ ଗୋପାଳ କୃଷ୍ଣ ବେହେରା, ଡ଼ଃ ଗୋବିନ୍ଦ ଭୂୟାଁ, ପେନସନର୍ସ ଆସୋସିଏସନ ସଭାପତି ଇଂ ତାପସ ସାମନ୍ତ, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ତ୍ରିପାଠୀ, ପ୍ରଦୀପ୍ତ କୁମାର ମହାନ୍ତି, ଇଂ ଗଗନ ଛାଟୋଇ, ସୁଶାନ୍ତ ଘୋଷ, ସୁଜିତ ମିଶ୍ର, ଡ଼ଃ କାମଳ ପ୍ରସାଦ ମହାନ୍ତି, ବରିଷ୍ଠ ନାଗରିକ ମଞ୍ଚର ଉପସଭାପତି ପ୍ରହଲ୍ଲାଦ ମହାନ୍ତି, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଦାସ, ଜଗନ୍ନାଥ ସଂସ୍କୃତିକ ପରିଷଦ ସଭାପତି ଚତୁର୍ଭୁଜ ମହାପତ୍ର, ମୋତ୍ରୀ ଖୁଣ୍ଟିଆ, ସୁଶ୍ରୀ ଇନ୍ଦୁ ଦାସ, ବିଷ୍ଣୁ କର, ନିକୁଞ୍ଜ ରଥ ଓ ଅନ୍ୟାନ୍ୟ ଅଗ୍ରଣୀ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।

ଏହି ଅବସରରେ ଅତିଥିମାନେ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଗୌରବମୟ ଇତିହାସକୁ ସ୍ମରଣ କରିଥିଲେ ଏବଂ ଉତ୍କଳର ବରପୁତ୍ରମାନଙ୍କ ଅବଦାନକୁ ଉଲ୍ଲେଖ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶଭକ୍ତିର ମାହୋଲରେ ସଫଳତାର ସହିତ ସମାପ୍ତ ହୋଇଥିଲା।

ସନ୍ଧ୍ୟାବେଳେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଉତ୍କଳର ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *