ଭୁବନେଶ୍ୱର,୨୪/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବିଏମସି ର କୁବେର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଗତକାଲି ଭିଜିଲାନ୍ସ ଟିମ୍ ବିଏମସି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ସମେତ ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା ।
ଭୁବନେଶ୍ୱରରେ ତିନି ମହଲା ଘର, ଫାର୍ମହାଉସରେ ଖୋଳତାଡ କରି ହରିଣ ଶିଙ୍ଗ ଓ ଏକ ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ବଡଗଡ ଫ୍ଲାଟରୁ ସୁନା ଗହଣା, ଦାମୀ ଘଣ୍ଟା, ୬୦ହଜାରରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା । ୧୦ରୁ ୧୨ଟି ଆକାଉଣ୍ଟକୁ ଜବତ କରିଛି ଭିଜିଲାନ୍ସ । ତେବେ ଚଢାଉରେ ୬ଜଣ ଡିଏସପି ଓ ୧୦ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ । ଭୁବନେଶ୍ୱରରେ ବହୁତଳ କୋଠା, ନିକଟସ୍ଥ ବାଲିଅନ୍ତା ତହସିଲ ର ରଣପୁର ରେ ଗୋଟିଏ ଫାର୍ମ ହାଉସ, ମୂଲ୍ୟବାନ ପ୍ଲଟ, ଗୋଟିଏ ଚାରି ଚକିଆ ଠାବ ହୋଇଛି । ପରେ ଆଜି ତାଙ୍କୁ ଗିରଫ କରିଛି ।
