ହୀରାକୁଦ ଡ୍ୟାମ୍‌ ର ଆଉ ୪ଟି ଗେଟ୍ ଖୋଲିଲା, ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି

ସମ୍ବଲପୁର,୨୪/୦୭/୨୦୨୫ (ଓଡ଼ିଶା ସମାଚାର)- ଆଜି ହୀରାକୁଦ ଡ୍ୟାମ୍‌ ର ଆଉ ୪ଟି ଗେଟ୍ ଖୋଲିଲା । ବର୍ତ୍ତମାନ୍ ମୋଟ୍ ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ବାମ ପାର୍ଶ୍ବର ୫ଟି ଓ ଡାହାଣ ପାର୍ଶ୍ବର ୩ଟି ସ୍ଲୁଇସ୍ ଖୋଲାଯାଇଛି। ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗିରହିଛି।

ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଲଘୁଚାପଟି ଘନୀଭୂତ ହେବା ସହ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବାର ଆଶଙ୍କା କରାଯାଉଥିବାବେଳେ ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ। ହୀରାକୁଦ ଜଳଭଣ୍ଡାରରରୁ ଶୁକ୍ରବାର ଆଉ ୪ଟି ଗେଟ୍‌ ଖୋଲିଯାଇଛି। ବିର୍ତ୍ତମାନ ୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି।

ଅପରପକ୍ଷରେ ଜଳଭଣ୍ଡାର ର ଉପରମୁଣ୍ଡରେ ବର୍ଷା ଯୋଗୁ ଅଧିକ ପରିମାଣର ବନ୍ୟାଜଳ ଜଳଭଣ୍ଡାର କୌଣସି ମଧ୍ୟକୁ ପ୍ରବେଶ କରୁଛି। ଖଫଳରେ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି।

Leave a Reply

Your email address will not be published. Required fields are marked *