ଗରଦପୁର,୨୧/୦୧/୨୦୨୫(ଓଡ଼ିଶା ସମାଚାର)- ତେଣ୍ଡାକୁଡା ପଞ୍ଚୟାତ ଅନ୍ତର୍ଗତ ବସନ୍ତପୁର ସ୍ଥିତ ଶ୍ରୀ ଶିରିଡି ସାଇ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆସନ୍ତା ୨୫ଜାନୁଆରୀ ଶନିବାର ଦିନ ୧୦ ଘଟିକା ସମୟରେ ସାଇ ମନ୍ଦିର ପରିସରରେ ଭୁବନେଶ୍ୱର ର କେୟାର ହସ୍ପିଟାଲ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହେବ । ଏଥି ସହିତ ୨୬ ଜାନୁଆରୀ ରବିବାର ଦିନ ୧୦ ଘଟିକା ସମୟରେ ସାଇ ମନ୍ଦିର ବୈଠକ ହଲରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବିଭିନ୍ନ ବୟସ ବର୍ଗରେ – ନିଶୁଳ୍କ ଚିତ୍ରାଙ୍କନ , (ଶ୍ରୀ ଜଗନ୍ନାଥ / ସାଇବାବା /ଭାରତ ମାନଚିତ୍ର ) ଚିତ୍ର କରି ରଙ୍ଗ କରିବା, ଆଧ୍ୟାତ୍ମିକ କିମ୍ବା ଦେଶାତ୍ମ ବୋଧକ ଗୀତ, ନୃତ୍ୟ ପ୍ରତିଯୋଗିତା ରେ ଛାତ୍ର ଛାତ୍ରୀମାନେ ଭାଗ ନେଇ ପାରିବେ । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ନେବାକୁ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଓ ସ୍ୱାସ୍ଥସେବା ଶିବିରରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେବାପାଇଁ ଟ୍ରଷ୍ଟ ତରଫରୁ ଅନୁରୋଧ କରାଯାଇଅଛି। ଅଧିକ ବିବରଣୀ ପାଇଁ ୯୪୩୭୦୦୧୧୩୫ ଯୋଗ ଯୋଗ କରିବାକୁ ସୂଚନା ଦିଆଯାଇଛି ।
୨୫ରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ୨୬ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା
