କେନ୍ଦ୍ରାପଡାରେ ନୂତନ ଜିଲାପାଳଙ୍କ ଯୋଗଦାନ

କେନ୍ଦ୍ରାପଡ଼ା, ୨୩/୦୭/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାରେ ନୂତନ ଜିଲାପାଳ ଭାବେ ରଘୁରାମ ଆର. ଆୟାର (ଭା.ପ୍ର.ସେ.) ବୁଧବାର ଅପରାହ୍ନରେ ଯୋଗ ଦେଇଛନ୍ତି । ନୂତନ ଭାବେ ଯୋଗଦାନ କରିଥିବା ଜିଲାପାଳ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗରେ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।

ସେ କେନ୍ଦ୍ରାପଡ଼ାରେ ୫୨ତମ ଜିଲାପାଳ ଭାବେ ଯୋଗ ଦେଇଛନ୍ତି । ପୂର୍ବତନ ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କର ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି ।

ଜିଲାପାଳ ଯୋଗଦେବା ସମୟରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ (ରାଜସ୍ୱ ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲାପାଳ ଅରୁଣ କୁମାର ନାୟକଙ୍କ ସମେତ ଜିଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲାପାଳଙ୍କୁ ସ୍ୱାଗତ କରିଥିଲେ । ଜିଲାପାଳ ପ୍ରଥମେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀଶ୍ରୀ ସିଦ୍ଧବଳଦେବଜୀଉଙ୍କ ମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *