ଜଂକିଆ ରେ ବେଆଇନ ଜବର ଦଖଲ ଉଚ୍ଛେଦ

ନିରାକାରପୁର, ୩/୭/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ କଡ଼ରୁ ଆଜି ଜିଲ୍ଲା ପ୍ରଶାସନ ଓ ଜଂକିଆ ପୋଲିସ ଉପସ୍ଥିତିରେ ସରକାରୀ ଜମିରୁ ବେଆଇନ ଜବର ଦଖଲ ଉଚ୍ଛେଦ କରାଯାଇଛି। ଜଂକିଆ ପେଟ୍ରୋଲ ପମ୍ପ ସାମ୍ନା ଗୋଲଵାଇ ଛକ ନିକଟରେ କିଛି ଲୋକ ସରକାରୀ ଜମି ଜବର ଦଖଲ କରି ବିଭିନ୍ନ ଦୋକାନ ବଜାର କରିଥିଲେ। ଏ ନେଇ ଉଚ୍ଛେଦ ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ଆଜି ଖୋର୍ଦ୍ଧା ତହସିଲଦାର , ସ୍ଥାନୀୟ ରାଜସ୍ବ ଅଧିକାରୀ ଓ  ଜଂକିଆ ପୋଲିସ ଉପସ୍ଥିତ ରହି ଜବର ଦଖଲ କରିଥିବା ୩ ଟି ଦୋକାନକୁ ଉଚ୍ଛେଦ କରିଥିବାବେଳେ ଗୋଟିଏ ଦୋକାନ ନିଜେ ଭାଙ୍ଗିବା ପାଇଁ ୨ ଦିନ ସମୟ ନେଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *