ଯାଜପୁର,୨୩/୦୭/୨୦୨୫ (ଓଡ଼ିଶା ସମାଚାର)- ଆସନ୍ତା ଜୁଲାଇ ୨୭ ତାରିଖ ରବିବାର ଦିନ ଜିଲ୍ଲା ଓ ଦୌରାଜଜ ଙ୍କ ଅଦାଲତ ଯାଜପୁର ସମେତ ଜିଲ୍ଲାର ସମସ୍ତ ଅଦାଲତ ପରିସରରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ସଚିବ ଶ୍ରୀମତୀ ଲିପା ମହାନ୍ତି ପ୍ରକାଶ କରିଛନ୍ତି । ଉକ୍ତ ଲୋକ ଅଦାଲତରେ କେବଳ ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦର ଆପୋଷ ସହମତିରେ ସମାଧାନ କରାଯିବ ।
ଅଯଥା ଆର୍ଥିକ ଖର୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଲୋକ ଅଦାଲତରେ ଉପସ୍ଥିତ ରହି ଆପଣଙ୍କ ମକଦ୍ଦମା/ ବିବାଦର ସମାଧାନ କରାଇନିଅନ୍ତୁ । ଦୀର୍ଘ ଦିନ ଧରି ଚାଲୁ ରହିଥିବା ମକଦ୍ଦମା ର ସହଜ ସମାଧାନ ପାଇଁ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହା ଏକ ସୁଯୋଗ । ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ଓ ତାଲୁକ ଆଇନସେବା କମିଟି ସହିତ ଯୋଗାଯୋଗ କରିବାକୁ ସୂଚନା ଦିଆଯାଇଛି ।
