କଟକ, ୨୧/୬/୨୦୨୪ (ଓଡ଼ିଶା ସମାଚାର)- ୪୨ ମୌଜା ମା’ ଥାନପତିଙ୍କ ପୀଠରେ ୪୨ ମୌଜା ବିଜେପି ମଣ୍ଡଳ ପକ୍ଷରୁ ସମ୍ୱର୍ଦ୍ଧନା ପର୍ବ ଇଂ.ଅଶୋକ ବିଶ୍ୱାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ସାଂସଦ ଭର୍ତ୍ତୃହରି ମହତାବ,ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଏବଂ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ନେଇ ୪୨ ମୌଜା ବଉଳକୁଦ ନିବାସୀ ଯୁବ ସାମ୍ବାଦିକ ଚନ୍ଦ୍ରଶେଖର ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନାଯୋଗ୍ୟ ଶ୍ରୀମାନ ପତି ଜଣେ ଦକ୍ଷ ଖ୍ୟାତିସମ୍ପନ୍ନ ସାମ୍ୱାଦିକ ଭାବେ ବହୁ ଖବର କାଗଜରେ କାର୍ଯ୍ୟ କରିବା,ଲେଖନୀ ଚାଳନା ସହ ସାହିତ୍ୟ ସାଧନା,ସମାଜ ସଂସ୍କାର, ସମାଜସେବା ତଥା ବିଭିନ୍ନ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ନିଜ ଅଂଚଳ ପାଇଁ ଗୌରବ ଆଣିପାରିଛନ୍ତି ।
