କଟକ,୧୦/୦୧/୨୦୨୪ (ଓଡ଼ିଶା ସମାଚାର)- କଟକ ଜିଲା ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲାର ବିଭିନ୍ନ ସ୍ଥାନରେ ଚୋରା ମଦ, ଗେଞ୍ଜଇ, ଅଫିମ ଓ ଦେଶୀ ମଦକୁ କିଭଳି ଭାବେ ନିୟନ୍ତ୍ରଣ କରାଯିବ ସେନେଇ ଶ୍ରୀ ପଟେଲ ଗୁରୁତ୍ୱାରୋପ କରିଥିଲା ବେଳେ ବକେୟା ରାଜସ୍ୱକୁ ଆଦାୟ କରିବା ଉପରେ ଅଧିନସ୍ଥ କର୍ମଚାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଅନୁଷ୍ଠିତ ବୈଠକରେ ଜିଲା ଉପ ଅଧୀକ୍ଷକ ପ୍ରମୋଦ କୁମାର ପଣ୍ଡା, ସଦର ଇନ୍ସପେକ୍ଟର ସ୍ମୃତିକାନ୍ତ ରାଉତ, ମୋବାଇଲ ଇନ୍ସପେକ୍ଟର ସଂଜିତ ବାର୍ଲା, ଆଠଗଡ ଇନ୍ସପେକ୍ଟର ଅଭିରାମ ସାହୁ ଓ ସାଲେପୁର ଇନ୍ସପେକ୍ଟର ମାନସୀ ନାୟକ ପ୍ରମୁଖ ଯୋଗଦେଇ ଅଂଚଳରେ ଘଟିଥିବା ଚୋରା ଦେଶୀ ଓ ବିଦେଶୀ ମଦ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ତେବେ ୨୦୨୪ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ସରକାରଙ୍କ ରାଜସ୍ୱ ଆଦାୟର ଲକ୍ଷ୍ୟଧାର୍ଯ୍ୟକୁ ପୂରଣ କରିବା ଲାଗି ଅଧିନସ୍ଥ କର୍ମଚାରୀମାନଙ୍କୁ ଅଧୀକ୍ଷକ ଶ୍ରୀ ପଟେଲ ପରାମର୍ଶ ଦେଇଥିଲେ ।
Related Posts
ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର,୧୩/୦୭/୨୦୨୬ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର…
ଚତୁର୍ଥୀ ଦିନ ବାପାଙ୍କ ସହିତ ଶାଶୁଘରୁ ପଳାଇଲା କନିଆଁ – ଥାନାରେ ଏତଲା
କଟକ ସଦର ୧୩/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଵାହାଘର ପରେ ଆଜି ଶୁକ୍ରବାର ଥିଲା ଚତୁର୍ଥୀ। ଏଥିପାଇଁ ଵରଘର ପକ୍ଷରୁ ଧୁମଧାମରେ ସାଜସଜ୍ଜା ସହିତ ଭୋଜିଭାତର ଆୟୋଜନ…
କୋକିଳ କଣ୍ଠୀ ସ୍ୱର୍ଗତା ଗୀତା ପଟ୍ଟନାୟକଙ୍କୁ ଗାର୍ଡ ଅଫ୍ ଅନର ଦିଆଗଲା ନାହିଁ, ତୀବ୍ର ଅସନ୍ତୋଷ
କଟକ ସଦର (ବିଷ୍ଣୁ ବେହେରା): ୮୦ ଦଶକରେ ଯେଉଁ କେତେଜଣ ହାତଗଣତି ନାରୀ କଣ୍ଠଶିଳ୍ପୀ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ସେମାନଙ୍କ ମଧ୍ୟରୁ କୋକିଳ କଣ୍ଠୀ…
