କଟକ,୧୦/୦୧/୨୦୨୪ (ଓଡ଼ିଶା ସମାଚାର)- କଟକ ଜିଲା ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲାର ବିଭିନ୍ନ ସ୍ଥାନରେ ଚୋରା ମଦ, ଗେଞ୍ଜଇ, ଅଫିମ ଓ ଦେଶୀ ମଦକୁ କିଭଳି ଭାବେ ନିୟନ୍ତ୍ରଣ କରାଯିବ ସେନେଇ ଶ୍ରୀ ପଟେଲ ଗୁରୁତ୍ୱାରୋପ କରିଥିଲା ବେଳେ ବକେୟା ରାଜସ୍ୱକୁ ଆଦାୟ କରିବା ଉପରେ ଅଧିନସ୍ଥ କର୍ମଚାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଅନୁଷ୍ଠିତ ବୈଠକରେ ଜିଲା ଉପ ଅଧୀକ୍ଷକ ପ୍ରମୋଦ କୁମାର ପଣ୍ଡା, ସଦର ଇନ୍ସପେକ୍ଟର ସ୍ମୃତିକାନ୍ତ ରାଉତ, ମୋବାଇଲ ଇନ୍ସପେକ୍ଟର ସଂଜିତ ବାର୍ଲା, ଆଠଗଡ ଇନ୍ସପେକ୍ଟର ଅଭିରାମ ସାହୁ ଓ ସାଲେପୁର ଇନ୍ସପେକ୍ଟର ମାନସୀ ନାୟକ ପ୍ରମୁଖ ଯୋଗଦେଇ ଅଂଚଳରେ ଘଟିଥିବା ଚୋରା ଦେଶୀ ଓ ବିଦେଶୀ ମଦ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ତେବେ ୨୦୨୪ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ସରକାରଙ୍କ ରାଜସ୍ୱ ଆଦାୟର ଲକ୍ଷ୍ୟଧାର୍ଯ୍ୟକୁ ପୂରଣ କରିବା ଲାଗି ଅଧିନସ୍ଥ କର୍ମଚାରୀମାନଙ୍କୁ ଅଧୀକ୍ଷକ ଶ୍ରୀ ପଟେଲ ପରାମର୍ଶ ଦେଇଥିଲେ ।
Related Posts
ମ୍ୟୁଜିକ ସେଲିବ୍ରେସନର ଓଲ୍ଡ ଇଜ ଗୋଲ୍ଡ କାର୍ଯ୍ୟକ୍ରମ
ରାଉରକେଲା,୨୭/୧୨/୨୦୨୪ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ)-ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମ୍ୟୁଜିକ ସେଲିବ୍ରେସନ ତରଫରୁ ଓଲ୍ଡ ଇଜ ଗୋଲ୍ଡ କାର୍ଯ୍ୟକ୍ରମ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି।…
ନୂତନ ଗ୍ରାମପଞ୍ଚାୟତ ଗଠନ ଦାବି ରେ ଜନ ଆନ୍ଦୋଳନ
ବାଲିଗୁଡା, ୧୦/୧୧/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବିରେ ତେଜିଲା ଜନ ଅସନ୍ତୋଷ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଗଲେ ଅଞ୍ଚଳବାସୀ।…
ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଶିଶୁ,ମହିଳାଙ୍କ ସ୍ୱାସ୍ଥ୍ୟ ସବୁଠୁ ଜରୁରୀ ପ୍ରତ୍ୟେକ ସ୍ତରରେ ଉତମ ତଦାରଖ ଲୋଡ଼ା ଆବଶ୍ୟକସ୍ଥଳେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି କିଣିବାକୁ ଦେଲେ ନିର୍ଦେଶ ଭୁବନେଶ୍ୱର,୧୬/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ…
