ବଦଳିଲେ ଵୈୟାଳିଶମୌଜା ଥାନା ଅଧିକାରୀ, ସାଧାରଣରେ ତୀବ୍ର ଅସନ୍ତୋଷ 

କଟକ ସଦର ,୦୨/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କମିଶନରେଟ  ଵୈୟାଳିଶମୌଜା ଥାନା ରେ କାର୍ଯ୍ୟରତ ତଥା ନିକଟରେ  ରାଜ୍ୟରେ ଶ୍ରେଷ୍ଠ ପୋଲିସ ଅଧିକାରୀ ଭାବେ ପ୍ରଶଂସା ପତ୍ର ଲାଭ କରିଥିବା ଆଇଆଇସି ଗିରିଶ ଚନ୍ଦ୍ର ମହାରଣା ଙ୍କୁ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନାକୁ ଵଦଳି ହୋଇଥିବା ଜଣାପଡିଛି।

ଓମ୍ ପ୍ରକାଶ ମହାନ୍ତି

ମହାରଣା ଙ୍କ ରହଣି କାଳରେ ଥାନା ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିଥିବାରୁ ତାଙ୍କ ଵଦଳି କୁ ଲୋକେ ସହଜରେ ଗ୍ରହଣ କରିପାରୁନଥିବା ଜଣାପଡିଛି। ଏଥିପାଇଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ତାଙ୍କ ସ୍ଥାନରେ ଏହି ଜୋନ୍ ସଦର ଥାନାରେ କାର୍ଯ୍ୟରତ ଆଇଆଇସି ଓମ୍ ପ୍ରକାଶ ମହାନ୍ତି ଅବସ୍ଥାପିତ ହେବେ ବୋଲି ଜଣାପଡିଛି। ତେବେ ଗିରିଶ ମହାରଣା ଙ୍କ ଵଦଳି ବାତିଲ କରିବାକୁ ଵୈୟାଳିଶମୌଜା ର ବିଭିନ୍ନ ଅନୁଷ୍ଠାନ ଓ‌ ବ୍ୟକ୍ତିବିଶେଷ ଦୈତ୍ୟ ନଗରୀ ପୋଲିସ ଆୟୁକ୍ତ ଙ୍କ ନିକଟରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *