କଟକ ସଦର (ବିଷ୍ଣୁ ବେହେରା): ୮୦ ଦଶକରେ ଯେଉଁ କେତେଜଣ ହାତଗଣତି ନାରୀ କଣ୍ଠଶିଳ୍ପୀ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ସେମାନଙ୍କ ମଧ୍ୟରୁ କୋକିଳ କଣ୍ଠୀ ଗୀତା ପଟ୍ଟନାୟକ ଥିଲେ ଅନ୍ୟତମ। ମୁକୁଟ ବୀହିନ ସଂଗୀତ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ର ସିଏ ଥିଲେ ବିଶେଷ ସହଯୋଗୀ।ହେଲେ ସେହି ଫୁର୍ କିନା ଉଡିଗଲା ବଣି ଗୀତର ମହାନ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କର ଗତକାଲି ରବିବାର ମହାଶିବରାତ୍ରୀ ରେ ମହାପ୍ରୟାଣ ଘଟିଥିଲା।
ଆଜି ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା ହେବା ସହିତ ପ୍ରସ୍ତୁତି ମଧ୍ୟ ସରିଥିଲା। ହେଲେ ଗୀତାଙ୍କ ସଙ୍ଗୀତ ଗୁରୁ ଅକ୍ଷୟ ମହାନ୍ତି ଯେଉଁଠି ଚିର ନିଦ୍ରାରେ ଶୋଇ ଯାଇଥିଲେ କଟକ ର ସେହି ସତିଚଉରା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସରିବା ପର୍ଯ୍ୟନ୍ତ ଗାର୍ଡ ଅଫ୍ ଅନର ଦିଆଯାଇନଥିଲା। ଏଥିପାଇଁ କଟକିଆ ଙ୍କ ସମେତ ସମସ୍ତ ସଙ୍ଗୀତ ପ୍ରେମୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଵଂ ଏହାର ସ୍ପଷ୍ଟୀକରଣ ଦେବାପାଇଁ ସରକାରଙ୍କ ନିକଟରେ ଦାବି ହୋଇଛି।
