ଓଡିଶା ବିଦ୍ୟୁତ ଯନ୍ତ୍ରୀ ସଂଘର ବାର୍ଷିକ ସମ୍ମିଳନୀ

କଟକ, ୧୦/୦୧/୨୦୨୪ (ଓଡ଼ିଶା ସମାଚାର)- ଓଡିଶା ବିଦ୍ୟୁତଯନ୍ତ୍ରୀ ସଂଘର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତା ନିର୍ବାଚନ କଟକସ୍ଥିତ ନିଶାମଣି କନଭେନସନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ତଥା ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଅଧିକ ପ୍ରତିନିଧି ଯୋଗଦେଇଥିଲେ । ଅତିଥି ଭାବେ ଯନ୍ତ୍ରୀମୁଖ୍ୟ(ବିଦ୍ୟୁତ)ଇଂ ସୁରେଶ ଚନ୍ଦ୍ର ମହାରଣା, ଟିପିସିଓଡିଏଲର ମୁଖ୍ୟ କାର୍ମିକ ଅଧିକାରୀ ଇଂ ଦ୍ୱିଜାଦାସ ବସାକ, ସଂଘର ମହାସଚିବ ଇଂ ବିଭୁପ୍ରସାଦ ଦାସ ଯୋଗଦେଇଥିଲେ । ଏହି ଅବସରରେ ପୁଜ୍ୟପୁଜାକୁ ସମ୍ମାନ ଜଣାଇ ଅବସରପ୍ରାପ୍ତ କର୍ମଚାରୀ ଓ ସମଭାବାପନ୍ନ ସଂଘର କର୍ମକର୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅବସରପ୍ରାପ୍ତ ଯନ୍ତ୍ରୀ ଇଂ ନରସିଂହ ଲେଙ୍କା, ଇଂ ଶରତ ଚନ୍ଦ୍ର ପାଣିଗ୍ରାହୀ, ଇଂ ପ୍ରଶାନ୍ତ କୁମାର ପ୍ରଧାନ, ଇଂ ଧିରେନ୍ଦ୍ର କୁମାର ଶତପଥୀ ନିର୍ବାଚନ ଅଧିକାରୀ ଭାବେ ଆସନ୍ତା ୨୦୨୪- ୨୫ ବର୍ଷ ପାଇଁ ନିର୍ବାଚନ ପରିଚାଳନା କରିଥିଲେ । ଉପଦେଷ୍ଠା ଭାବେ ଇଂ ସି.ଆର.ବେହେରା, ଏଚ.କେ.ମାଝି, ଡି.କେ.ଶତପଥୀ, ତପନ ପାତ୍ର, ଆର.ସି.ବେହେରା, କାର୍ଯ୍ୟକାରୀ ସଭାପତି ଭାବେ ନଳିନିକାନ୍ତ ବିଶ୍ୱାଳ, ସାଧାରଣ ସମ୍ପାଦକ ଭାବେ ଦେବାଶିଷ ମହାପାତ୍ର, ଉପ ସଭାପତି ଭାବେ ପ୍ରମୋଦ କୁମାର ସେଠୀ, ମନୋରଂଜନ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଭାବେ ବୈଷ୍ଣବ ସ୍ୱାଇଁ, ସନ୍ତୋଷ ମହାପାତ୍ର, ସାଂଗଠନିକ ସମ୍ପାଦକ ଭାବେ ମମତା ଦାସ, ବସନ୍ତ ପତି, କୋଷାଧ୍ୟକ୍ଷ ଭାବେ ଭବାନୀଶଙ୍କର ଦାସ, କଟକ ସର୍କଲର ସମ୍ପାଦକ ଭାବେ ଶୁଭ୍ରାଂଶୁ ଶେଖର ବାରିକ, ଭୁବନେଶ୍ୱର-୧ ସର୍କଲର ସମ୍ପାଦକ ଭାବେ ଲକ୍ଷ୍ମୀଧର ଜେନା, ଭୁବନେଶ୍ୱର-୨ ସର୍କଲର ସମ୍ପାଦକ ଏଲ.କେ.ଏସ ରେଡ୍ଡି, ଢେଙ୍କାନାଳର ଶୁଭକାନ୍ତ ପ୍ରଧାନ, ପାରାଦ୍ୱୀପର ବାବୁଲାଲ ହାତୀ ପ୍ରମୁଖ ନିର୍ବାଚିତ ହୋଇଥିଲେ ବୋଲି ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *