କଟକ ସଦର ୧୩/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଵାହାଘର ପରେ ଆଜି ଶୁକ୍ରବାର ଥିଲା ଚତୁର୍ଥୀ। ଏଥିପାଇଁ ଵରଘର ପକ୍ଷରୁ ଧୁମଧାମରେ ସାଜସଜ୍ଜା ସହିତ ଭୋଜିଭାତର ଆୟୋଜନ ଆରମ୍ଭ ହୋଇଥିଲା। ହେଲେ ଚତୁର୍ଥୀ କର୍ମ ପୂର୍ବରୁ ମା’ ର ଦେହ ଖରାପ ଥିବା ଦର୍ଶାଇ ଝିଅର ବାପା ଚଞ୍ଚକତା କରି ଶାଶୁ ଘରୁ ଝିଅକୁ ନେଇ ଯାଇଥିବା ଅଭିଯୋଗ ହୋଇଛି।

ଯାହାକି ସମଗ୍ର ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି। ଘଟଣାକ୍ରମ ଏଇଆ ଯେ କିଶନନଗର ଥାନା ମାଣପୁର ଗ୍ରାମର କାଳିଆ ଓରଫ କୈଳାସ ଭୋଇ ଗତ ଚାରି ଦିନ ତଳେ ଵୈୟାଳିସମୈ।ଜା ଵେଣ୍ଟକାର ଥାନା ଆଇତଳଙ୍ଗ ଗ୍ରାମର ବନ୍ଦନା ଦାସଙ୍କୁ ବୈଦିକ ରୀତି ନୀତିରେ ବିବାହ କରିଥିଲେ।

ହେଲେ ଆଜି ଚତୁର୍ଥୀ କର୍ମ ପୂର୍ବରୁ ଵାପା ଆସି କାହିଁକି ଚଞ୍ଚକତା କରି ଝିଅକୁ ନେଇଗଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ପୋଲିସ ଘଟଣାକ୍ରମ ଜାଣିବା ପାଇଁ ଝିଅ ଘରକୁ ଯାଇଥିବା ବେଳେ ପୁଅ ଘର ପକ୍ଷରୁ ପୁଅକୁ ଅନ୍ୟତ୍ର ଵିଵାହ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡିଛି।
