କଟକ ସଦର,୨୦/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ-ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଥିବା ବେଳେ ଏହି ରାସ୍ତାର କନ୍ଦରପୁର ଗେଟ୍ ନଂ ସିପି ୯ ଲେଭଲକ୍ରସିଂ ଉପରେ ଏକ ଓଭରଵ୍ରିଜ କାର୍ଯ୍ୟ ଆରମ୍ଭ ହୋଇଛି।

ଏଥିପାଇଁ ଉକ୍ତ ଅଞ୍ଚଳରେ ଆଇନ୍ ୧୯୭୧,(ପିପିଇ ଆଇନ୍ ୧୯୭୧) ରେ ବେଆଇନ ଜବରଦଖଲ ରେ ଥିବା ଆଦିବାସୀ ଵସ୍ତି କୁ ଆସନ୍ତା ୨୨ ତାରିଖ ମଙ୍ଗଳବାର ଦିନ ଉଛେଦ କରାଯିଵ ବୋଲି ସିନିଅର ଡିଭିଜିନାଲ ଇଞ୍ଜିନିୟର (ଇଷ୍ଟ) ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ରୋଡ଼ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଲେଖିଥିବା ଚିଠିରୁ ଜଣାପଡିଛି। ଅନେକ ଥର ଉକ୍ତ ବସ୍ତି ଉଛେଦ ପାଇଁ ରେଳ ବିଭାଗ ଉଦ୍ୟମ କରିଥିବା ବେଳେ ତାହା ଫଳପ୍ରଦ ହୋଇପାରି ନଥିବା ଜଣାପଡ଼ିଛି।
