‘ସୁଭଦ୍ରା’ ଯୋଜନାରେ ଆତ୍ମ ନିର୍ଭରଶୀଳ ହେଲେ ଭିନ୍ନକ୍ଷମ ମହିଳା

ଗରଦପୁର,୨୦/୧୦/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ଲୋକାଭିମୂଖୀ ଯୋଜନା ‘ସୁଭଦ୍ରା’ର ସଫଳତା ଦେଖିବାକୁ ମିଳଛି ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତ ହରିଦାସପୁର ଗ୍ରାମର ଦଳିତ ସାହିରେ ଥିବା ଭରତ ଚନ୍ଦ୍ର ସେଠୀଙ୍କ ପରିବାରରେ । ଭରତଙ୍କ ପତ୍ନୀ ନିର୍ମଳା ଓ ଝିଅ ସୁଜାତା ଉଭୟେ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ଆର୍ଥିକ ସହାୟତା ପାଇଛନ୍ତି । ଏହି ଯୋଜନାରେ ମିଳିଥିବା ଅର୍ଥରେ ସେମାନଙ୍କର ଆତ୍ମ ବିଶ୍ୱାସ ବଢିଯାଇଛି । ଏହି ପରିବାର ସୁଭଦ୍ରା ଯୋଜନାରେ ଆତ୍ମ ନିର୍ଭରଶୀଳ ହୋଇ ପାରିଛନ୍ତି । ପ୍ରକାଶ ଯେ, ଜମିବାଡି ନ ଥିବା ଭରତ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରି ପରିବାର ଚଳାଉଥିଲେ । ପତ୍ନୀ ନିର୍ମଳାଙ୍କର ବୟସ ପ୍ରାୟ ୫୬ ବର୍ଷ । ହେଲେ ନିର୍ମଳାଙ୍କ ଅନ୍ଟା ଭାଙ୍ଗି ପଡିଥିବାରୁ ସେ ପୂର୍ବପରି କମା ଧନ୍ଦା କରିପାରୁ ନହାଁନ୍ତି । ନିର୍ମଳା ଶାରିରୀକ ଅକ୍ଷମତା ପ୍ରମାଣପତ୍ର ପାଇଛନ୍ତି । ସେହିପରି ଝିଅ ସୁଜାତାଙ୍କ ବୟସ ୨୪ ବର୍ଷ । ସୁଜାତା ମଧ୍ୟ ଜନ୍ମରୁ ମୁକ । ଉଭୟ ମା’ ଓ ଝିଅ ଭିନ୍ନକ୍ଷମ ହୋଇଥିବାରୁ ଭରତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ଭରତଙ୍କ କାନ୍ଧରୁ ବୋଝକୁ ଟିକିଏ ହାଲକା କରିଥିବା ଜଣାଯାଇଛି । ସୁଭଦ୍ରା ଯୋଜନାରେ ମିଳିଥିବା ପ୍ରଥମ କିସ୍ତି ଟଙ୍କାରେ ଭରତ ଏକ ଦୁଧିଆଳି ଗାଈ କିଣିଛନ୍ତି । ସୁଭଦ୍ରା ଯୋଜନାରେ ମା’ ନିର୍ମଳା ଓ ଝିଅ ସୁଜାତାଙ୍କୁ ମିଳିଥିବା ଟଙ୍କା ଠାରୁ ଗାଈର ମୂଲ୍ୟ ଅଧିକ ଥିବାରୁ ଅବଶିଷ୍ଠ ଟଙ୍କା କରଜ କରି ଭରତ ଗାଈ କ୍ରୟ କରିଛନ୍ତି । ଏବେ ଉଭୟେ ଗାଈ ପାଳନ କରି ଦୁଗ୍ଧ ଉତ୍ପାଦନ କରି ବିକ୍ରୀ କରି ଖୁସୀରେ ପରିବାର ଚଳାଉଛନ୍ତି । କ୍ଷୀର ବିକ୍ରୀ କରି ଗାଈ କ୍ରୟର ଅବଶିଷ୍ଟ କରଜ ଟଙ୍କା ସୁଝିବାକୁ ପଡିବ ବୋଲି ଭରତ କହିବା ସହିତ ସରକାରଙ୍କ ଏହି ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହନ୍ତିି ଭରତ । ଏହି ସଫଳତା ପାଇଁ ଭରତ ଚନ୍ଦ୍ର ସେଠୀ,ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,ଉପ-ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କୃତଜ୍ଞତା ଜଣାଇଥିବାବେଳେ, ବ୍ଲକ୍ ମିଶନ ଶକ୍ତି ସଂଯୋଜକ ଅଖିଳ ଆଚାର୍ଯ୍ୟ ଓ ବ୍ଲକ୍ ମଳିହା ମିଶନ ଶକ୍ତିର କର୍ମକର୍ତାମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *