ଅଷ୍ଟମ ଶ୍ରେଣୀ ଛାତ୍ରକୁ ନିର୍ମମ ମାଡ଼ ଅଭିଯୋଗରେ ପ୍ରଧାନ ଶିକ୍ଷୟିତ୍ରୀ ଗିରଫ

କଟକ ସଦର.୧୮/୦୭/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଦ୍ୟାଳୟ ମାନଙ୍କୁ ଦଣ୍ଡମୁକ୍ତ କରାଯାଇଥିବା ରାଜ୍ୟ ସରକାର ଙ୍କ ନିର୍ଦେଶନାମା ବଳବତ୍ତର ଥିବା ବେଳେ ଏଵଂ ଏଵେ ଶିକ୍ଷାନୁଷ୍ଠାନ ମାନଙ୍କରେ ଯେଉଁ ଭଳି ଭାବରେ ଅଭିଯୋଗ ର ଫର୍ଦ୍ଦ ଲମ୍ଵି ଚାଲିଛି ସେଥିରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ରକୁ ନିର୍ମମ ମାଡ଼ ମାରି ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ରେ ଗିରଫ ହୋଇ କୋର୍ଟ ଚାଲାଣ ହେବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ପ୍ରକାଶ ଯେ କିଶନନଗର ଥାନା ମାହାଳହାଟ ଫାଣ୍ଡି ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ର ସରକାରୀ ମଣିଜଙ୍ଗ ପ୍ରାଥମିକ ବିଦ୍ୟାଳୟର ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ର ରାହୁଲ ସେଠୀଙ୍କୁ କୈ।ଣସି କାରଣ ରୁ ଉତକ୍ଷିପ୍ତ ‌ହୋଇ ପ୍ରଧାନ ଶିକ୍ଷୟିତ୍ରୀ ତନୁପ୍ରିୟା ପୃଷ୍ଟି ନିର୍ମମ ମାଡ଼ ମାରିବା ସହିତ ଜାତିଆଣ ଆକ୍ଷେପ କରିଥିବା ରାହୁଲଙ୍କ ବାପା ପ୍ରଶାନ୍ତ ସେଠୀ ଥାନାରେ ଏତଲା ଦେଇଥିଲେ।

ଏତଲା କ୍ରମେ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଅଭିଯୁକ୍ତା ପ୍ରଧାନ ଶିକ୍ଷୟିତ୍ରୀ ତନୁପ୍ରିୟା ଙ୍କୁ ମାମଲା ନଂ ୧୭୩/୨୦୨୫ ଓ‌ ଦଫା ୧୧୫(୨)/୧୩୫(୨) ବିନଏସ,୩(୧)(ଆର୍)(ଏସ୍)/୩(୨)(ଭିଏ), ଏସ୍ ସି/ଏସ୍ ଟି ଆକ୍ଟ,୭୫ ଜେ ଜେ ଆକ୍ଟରେ ଗିରଫ କରି ଆଜି ଶୁକ୍ରବାର ଦିନ ଅଦାଲତ ଚାଲାଣ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ଅଧିକାରୀ ନିଲମ୍ବନ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *