କେନ୍ଦ୍ରାପଡ଼ା, ୧୯/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଂଚାୟତର ଦୋବନ୍ଧାସ୍ଥିତ ଶୁକଦେବ ବ୍ରହ୍ମଚାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ଧନେଶ୍ୱର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଗାଙ୍ଗପଡା ସରପଂଚ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଓ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ଶିକ୍ଷାବୀତ କ୍ଷୀରୋଦ ଚନ୍ଦ୍ର ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଯୋତା ବଂଟନ କରିଥିଲେ । ଏଥିସହିତ କେନ୍ଦ୍ରାପଡା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ପ୍ରୋଗ୍ରାମ ସହକାରୀ ବିନୋଦ ବିହାରୀ ସାହୁ ଓ ପ୍ରମୋଦ କୁମାର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବହୁ ମୁଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବିଜୟ ଘଡାଇ, ୱାର୍ଡସଭ୍ୟ ଦୀପକ ରାଉତ, ପରିଚାଳନା ସମିତିର ସମସ୍ତ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ । ସହକାରୀ ଶିକ୍ଷକ ବିଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।