ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକ ରେ ଚତୁର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ ଉଦଘାଟିତ

ବାରଙ୍ଗ ୦୨/୦୨/୨୦୨୬ (ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକ ର ସମ୍ମିଳନୀ କକ୍ଷରେ ‘ଭାରତୀୟ ଅନୁବାଦ ସାହିତ୍ୟ’ ଦ୍ୱାରା ବିଶ୍ଵବିଦ୍ୟାଳୟର  Centre for Translation and Interpreting Studies ବିଭାଗର ସହଯୋଗ ରେ ଏବଂ ଓଡିଶା ସାହିତ୍ୟ ଏକାଦମୀ ର ସମ୍ପୃକ୍ତି ରେ ଚତୁର୍ଥ ଅନୁବାଦ ସମ୍ମିଳନୀ ଅନୁଷ୍ଠିତ ହେଉଛି  ।

ଦୁଇ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ର ପ୍ରଥମ ଦିନ ପୂର୍ବାହ୍ନ ରେ ସମାରୋହକୁ ଉଦଘାଟନ କରି ବିଶ୍ୱବିଦ୍ୟାଳୟ ର ନିର୍ଦେଶକ ସ୍ୱାମୀ ସତ୍ୟ ଚିତନ୍ୟ କାର୍ମିକ ନିର୍ଦେଶକ ‘ଭାରତୀୟ ଅନୁବାଦ ସାହିତ୍ୟ ସମ୍ମାନ- ୨୦୨୬ ପ୍ରଦାନ କରିଥିଲେ । ଚଳିତ ବର୍ଷ ଅନୁବାଦ ସାହିତ୍ୟ ସମ୍ମାନ – ୨୦୨୬ ବିଶିଷ୍ଟ ଅନୁବାଦକ ଶ୍ରୀ ପ୍ରଦୀପ୍ତ କୁମାର  ଶ୍ରୀଚନ୍ଦନ ଙ୍କୁ ପ୍ରଦାନ କରାଯାଇଥିଲା ।

ଏହି ଉତ୍ସବ ରେ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଡ଼ ଚନ୍ଦ୍ରଶେଖର ହୋତା, ସମ୍ପାଦକ, ଓଡିଶା ସାହିତ୍ୟ ଏକାଡେମୀ, ପ୍ରଫେସର ଡ଼କ୍ଟର କେଶରୀ ସିଂ, ପ୍ରଫେସର ରତିକାନ୍ତ ମହାପାତ୍ର, ଶ୍ରୀ ଡ୍ୟାନେଶ୍ୱର ମୁଲେ, ପ୍ରଫେସର ଯତୀନ୍ଦ୍ର ନାୟକ,ଆଦି ଯୋଗଦେଇ ଅନୁବାଦ ଭାଷାରେ ଡେଣା ଯୋଡ଼େ, ତାକୁ ଆକାଶରେ ଉଡିବାରେ ସାହାଯ୍ୟ କରେ, କାରଣ ଅନୁବାଦ ହେଉଛି ଭାବନା, ମୂଲ୍ୟବୋଧ ଆଉ ସଂକୃତିର ସଂଚାର ବୋଲି ବକ୍ତବ୍ୟ ପ୍ରଦାନ କରି କହିଥିଲେ ।

     ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ଦେଶର ବିଭିନ୍ନ ପ୍ରଦେଶରୁ ପ୍ରାୟ ପଚାଶରୁ ଅଧିକ ଅନୁଵାଦକ ଯୋଗଦେଇ ଅନୁବାଦ ସହିତ ଜଡିତ ବିଭିନ୍ନ ବିଷୟ ସମ୍ପର୍କରେ ଆଲୋଚନା ରେ ଅଂଶଗ୍ରହଣ କରିଛନ୍ତି  ।

Leave a Reply

Your email address will not be published. Required fields are marked *