ଘରର ମାଟିତଳୁ ୬ ଟି ବିରଳ ମୂର୍ତ୍ତି ଉଦ୍ଧାର

ସାଲେପୁର,୧୭/୦୭/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ସାଲେପୁର ବ୍ଲକ ଅନ୍ତର୍ଗତ କୁସମ୍ବି ଗ୍ରାମର, ଫକୀର ରାଉତ ଙ୍କ ଗୁହାଳ ଘର ର ମାଟିତଳୁ ୬ ଗୋଟି ବିରଳ ମୂର୍ତ୍ତି ଉଦ୍ଧାର ହୋଇଛି । ଉକ୍ତ ମୂର୍ତ୍ତିକୁ ଦେଖିବାପାଇଁ ଲୋକମାନଙ୍କର  ଭିଡ଼ ଲାଗିରହିଛି  ।ଲୋକମାନେ ହରିବୋଲ ହୁଳୁହୁଳିପକାଇ ପୂଜାର୍ଚନା କରୁଛନ୍ତି । ପଣ୍ଡିତଙ୍କ ପରାମର୍ଶ ଅନୁଯାଇ ଯଥାବିଧି ପୂଜାର୍ଚ୍ଚନା କରାଯାଇ ଘର ଭିତରେ ମୂର୍ତ୍ତିଗୁଡ଼ିକୁ ସ୍ଥାପନ କରାଯାଇଛି ।

ପ୍ରାପ୍ତ ସୂଚନା ମୁତାବକ,ସାଲେପୁର ବ୍ଲକ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ନିକଟସ୍ଥ କୁସମ୍ବୀ ଗ୍ରାମରେ ଏହି ୬ ଗୋଟି ବିରଳ ମୂର୍ତ୍ତି ଉଦ୍ଧାର କରାଯାଇଛି । ଏହି ମୂର୍ତ୍ତିମାନଙ୍କ ମଧ୍ୟରେ ହନୁମାନ, କାଳୀ, ଦୁର୍ଗା ରାଧାକୃଷ୍ଟ ଓ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ରହିଛନ୍ତି ।

Leave a Reply

Your email address will not be published. Required fields are marked *