ମାହାଙ୍ଗା,୦୪/୧୧/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ସୁପ୍ରସିଦ୍ଧ ମଞ୍ଚ କଳାକାର ତଥା ଗଣକବି ବୈଷ୍ଣବ ପାଣିଙ୍କ ଯାତ୍ରା ନାଟକର ସଫଳ ଅଭିନେତା, ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ସ୍ମୁତି ଦିବସରେ ତା’ଙ୍କ ପରିବାର ପକ୍ଷରୁ ଶ୍ରୀ ହନୁମାନ ଚାଳିଶାର ଏକ ଭବ୍ୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଦିବଂଗତ ବିଷ୍ଣୁ ଚରଣଙ୍କ ସ୍ମୁତିରେ କଲ୍ୟାଣପୁର ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ନିମନ୍ତେ ତଥା ପିତୃ ପୁରୁଷଙ୍କ ଆତ୍ମାର ସଦଗତି ନିମନ୍ତେ, ତା’ଙ୍କ ସୁପୁତ୍ର ବିଭୁତି ଭୂଷଣ ଦାସଙ୍କ ତତ୍ୱାବଧାନରେ ଏହି ଧର୍ମିୟ ଉତ୍ସବ ଆୟୋଜିତ ହୋଇଥିଲା ।
ସେହିପରି ଓଡ଼ିଆ ଯାତ୍ରା ନାଟକର ସଫଳ ପରିଚାଳକ, ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ କୃତୀ କଳାକାର, ସଂସ୍କୃତି ପ୍ରେମୀ, ସୁଲେଖକ,ସ୍ବର୍ଗତ ବିଭୂପଦ ମହାନ୍ତିଙ୍କ ସହଧର୍ମିଣୀ, ଧର୍ମପ୍ରାଣା ସ୍ବର୍ଗୀୟା ଗୋଲାପ ମହାନ୍ତିଙ୍କ ସ୍ମୁତିରେ କଲ୍ୟାଣପୁର ଗ୍ରାମରେ ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମାଆ ଗୋଲାପ ଦେବୀଙ୍କ ଶ୍ରାଦ୍ଧ ତିଥିରେ ତା’ଙ୍କ ସୁପୁତ୍ର ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ତିଳ ତର୍ପଣ ଏବଂ ପିଣ୍ଡଦାନ କାର୍ୟ୍ୟର ଆୟୋଜନ କରିଥିଲେ । ହିନ୍ଦୁଧର୍ମର ଵିଧି ବିଧାନ ଅନୁଯାୟୀ ଶାସ୍ତ୍ରଜ୍ଞ ବ୍ରାହ୍ମଣ, ପୁରୋହିତ ଏବଂ ଜ୍ୟୋତିଶ ମାନେ ଏହି ଶ୍ରାଦ୍ଧ ତିଥିରେ ଉପସ୍ଥିତ ହୋଇ ପିଣ୍ଡଦାନ ଓ ତିଳ ତର୍ପଣ କାର୍ୟ୍ୟକ୍ରମକୁ ସମ୍ପାଦନ କରିଥିଲେ ।
ପିତା-ମାତାଙ୍କ ପୁଣ୍ୟ ତିଥିରେ ପରିବାର ବର୍ଗ ଏବଂ ସେମାନଙ୍କ ସନ୍ତାନ- ସନ୍ତତି ମାନେ ଏଭଳି ମହତ କାର୍ୟ୍ୟ ଦ୍ୱାରା ସେହି ଦିବଂଗତ ପିତୃ ପୁରୁଷଙ୍କ ଆଶୀର୍ବାଦ ପାଇଁ ଯୋଗ୍ୟ ହୋଇପାରିବା ଆଜିର ବସ୍ତୁବାଦୀ ଦୁନିଆଁରେ ସବୁଠାରୁ ବଡ କଥା ବୋଲି କୁହାଯାଉଛି ।
