ରୋଗୀ କଲ୍ୟାଣ ସମିତି ବୈଠକ

ଶିଶୁ ବିଭାଗ ଡାକ୍ତର ନିଯୁକ୍ତି ପାଇଁ ଦାବି

ଭୁବନ ୧୬/୦୭/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବୁଧବାର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମେଡ଼ିକାଲ ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ଃ ରମେଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଙ୍କ ପ୍ରତିନିଧି ସମୀର କୁମାର ସାହୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ଏନ୍ ଏ ସି ନିର୍ବାହୀ ଅଧିକାରୀ ଲୋକନାଥ ବେଜ,ଡଃ ମନୋଜ କୁମାର ମହାନ୍ତି ଙ୍କ ସମେତ ରୋଗୀ କଲ୍ୟାଣ ସମିତି ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ହେଲା ଶିଶୁ ଡାକ୍ତର ନଥିବାରୁ ଅଞ୍ଚଳ ବାସୀ ବହୁ ହିନସ୍ଥା ହେଉଛନ୍ତି । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଶିଶୁ ଡାକ୍ତର ଙ୍କ ସମେତ ଭେଷଜ ବିଶେଷଜ୍ଞ ,ସିକ୍ୟୁରିଟି ଓ ଷ୍ଟାଫ୍ ନର୍ସ ନିଯୁକ୍ତି ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ବ୍ୟତୀତ ଓପିଡି,ଆଇପିଡି, ଷ୍ଟାଫ୍ କ୍ୱାଟର ମରାମତି ଓ ଗାଡ଼ି ପାର୍କିଂ ଷ୍ଟାଣ୍ଡ ନିର୍ମାଣ ଇତ୍ୟାଦି ଆଲୋଚନା ହୋଇଥିଲା । ସମସ୍ତ ଖର୍ଚ୍ଚ ଓ ପୂର୍ବ ଅଧିବେଶନକୁ ଦୃଢ଼ୀକରଣ କରାଯାଇଥିଲା । ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *