ନିରାକାରପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ  କେନ୍ଦ୍ର ହାଲଚାଲ

କେବେ ଆସିବେ ନିଦାନ ନିରୀକ୍ଷକ ମାଗଣା  ହେବ ନିଦାନ ପରୀକ୍ଷା ?

ନିରାକାରପୁର, ୦୮/୬/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା  ନିରାକାରପୁର ଭଳି ଏକ ଗୁରୁତ୍ୱପୂର୍ଣ ସ୍ଥାନରେ ଥିବା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଟି ଦୀର୍ଘ ବର୍ଷ ହେବ ପ୍ରାୟ ପାଖା ପାଖି ୧୦ ପଂଚାୟତର ଜନସାଧାରଣଙ୍କୁ ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ପାଉଥିବାବେଳେ ସରକାର ମଧ୍ୟ ସହଜ ଓ ସୁବିଧାରେ ସେବା ପାଇବା ପାଇଁ ଅଧିକରୁ ଅଧିକ କର୍ମଚାରୀ ନିୟୋଜିତ କରିବା ସହିତ ଅଧିକ ନୂତନ ଗୃହ ନିର୍ମାଣ କରି ବିଭିନ୍ନ ପଞ୍ଚାୟତ ମାନଙ୍କରେ ଉପ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲି ସେଠାରେ ସ୍ବାସ୍ଥ୍ୟ କର୍ମୀ ଓ ସମୂହ ସ୍ବାସ୍ଥ୍ୟ ଅଧିକାରୀ ( ସିଏଚଓ) ମାନଙ୍କୁ ନିଯୁକ୍ତି ଦିଆଯାଇ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଯୋଗାଇବାର ବନ୍ଦୋବସ୍ତ କରାଇଛନ୍ତି। କିନ୍ତୁ ଏ ସବୁ ବାଟବଣା। ବର୍ତମାନ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ।

ଜଣେ ଆୟୁଷ ହୋମିଓ ପାଥିକ ଡାକ୍ତର କାର୍ଯ୍ୟରତ ଥିବାବେଳେ ଜଣେ ଫାର୍ମାସିଷ୍ଟ କାର୍ଯ୍ୟ କରୁଛନ୍ତି।ଆଉ ଅନ୍ୟ ମହିଳା ଓ ପୁରୁଷ କର୍ମୀମାନେ ମଧ୍ୟ ନିଯୁକ୍ତି ଅଛନ୍ତି। ସବୁଦିନ ପ୍ରାୟ ହୋମିଓପାଥିକ ଡାକ୍ତର ଓ ଫାର୍ମାସିଷ୍ଟ ଆସି ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ତୁଲାଇ ଥିବାବେଳେ ଡାକ୍ତର ନିଯୁକ୍ତି କଥା ବିଭାଗ ଭୂଲିଯାଇଛି।  ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ନିଦାନ ପରୀକ୍ଷା କେନ୍ଦ୍ର ଖୋଲିବାର ବ୍ୟବସ୍ଥା କରିଥିବାବେଳେ ନିରାକାରପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ବର୍ଷେ ତଳେ ବିଭିନ୍ନ ନିରୀକ୍ଷଣ ଯନ୍ତ୍ରପାତି ଓ ୫ ଟି କମ୍ପ୍ୟୁଟର ପ୍ରଦାନ କରିଛନ୍ତି। ସେହିପରି କେନ୍ଦ୍ରର ସମ୍ମୁଖ ଭାଗରେ  ବିଭିନ୍ନ ନିଦାନ ପରୀକ୍ଷାର ନାମ ମଧ୍ୟ ବୋର୍ଡରେ ପ୍ରଦର୍ଶିତ ହୋଇଛି। ବେସରକାରୀ ଠିକା ସଂସ୍ଥା ମାଧ୍ୟମରେ ପରୀକ୍ଷା କରିବା ପାଇଁ ନିଯୁକ୍ତ ପାଇବାକୁ ଥିବା ଲାବ ନିରୀକ୍ଷକ ବର୍ଷେ ଉପରେ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ କେହି   ନିଯୁକ୍ତି ପାଇ ନାହାଁନ୍ତି ।ଫଳରେ ଦୁର ଦୁରାନ୍ତରୁ ମାଗଣା ନିଦାନ ପରୀକ୍ଷା  ପାଇଁ ଆସୁଥିବା ରୋଗୀ ବାରମ୍ବାର ଫେରି ଯିବାକୁ ପଡୁଛି। ଏମିତି କିଛି ପରୀକ୍ଷା ଏବେ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଗଣା ହେଉଛି। କିନ୍ତୁ ଆହୁରି ଅନେକ ପରୀକ୍ଷା ରୁ ଲୋକେ ଲାବ ନିରୀକ୍ଷକ ନ ଥିବାରୁ ବଞ୍ଚିତ ହେଉଛନ୍ତି। ସେହିପରି ନିରାକାରପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଅଧୀନରେ ନିରାକାରପୁର କୁ ମିଶାଇ ଲଳିତାପାଟପୁର ଓ ରାମେଶ୍ବର ଉପ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମାନ ଆୟୁଷ୍ମାନ ଯୋଜନାରେ ହୋଇଥିବାବେଳେ

ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ସି ଏଚ ଓ ନିଯୁକ୍ତି ପାଇଛନ୍ତି। ଏହାର ବାସ୍ତବ ଉଦେଶ୍ୟ ରହିଛି ଲୋକେ ଗ୍ରାମାଞ୍ଚଳରେ ଘର ପାଖରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ସହ ବିଭିନ୍ନ ରୋଗ ସମ୍ପର୍କରେ ସଚେତନ ହୋଇ ଏହାର ନିରାକରଣ ଉପଲବ୍ଧ ହେବା। କିନ୍ତୁ ଦେଖିବାକୁ ମିଳୁଛି ଅନେକ ସମୟରେ ଏହି ଉପ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ବନ୍ଦ ରହୁଛି । ସେହିପରି ନିରାକାରପୁରରେ ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀ ନଥିବାବେଳେ ଡାକ୍ତରଖାନା ମଧ୍ୟରେ ମହିଳାଙ୍କ ପ୍ରସୂତି ପାଇଁ ଲେବର୍ ରୁମ୍  ନିର୍ମାଣ ଶେଷ ହୋଇଛି । ଏହାଠାରୁ ହାସ୍ୟାସ୍ପଦ କଥା ଆଉ କିଛି ନ ହୋଇପାରେ। ତେଣୁ ତୁରନ୍ତ ଏହି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ଜଣେ ଲାବ୍ ପରୀକ୍ଷା ଙ୍କୁ ଯୋଗଦାନ କରିବା ସହିତ ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତି କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *