ବିଭିନ୍ନ ୱାର୍ଡ ବୁଲିବା ସହିତ ରୋଗୀଙ୍କ ସହ ଆଲୋଚନା
କେନ୍ଦ୍ରାପଡ଼ା,୧୭/୧୨/୨୦୨୫(ଓଡ଼ିଶା ସମାଚାର)-ଜିଲାପାଳ ରଘୁରାମ ଆର. ଆୟର ବୁଧବାର ମଧ୍ୟାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି । ଜିଲାପାଳ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟର ଓପିଡି ବୁଲିବା ସହିତ ପଞ୍ଜିକରଣ କାଉନ୍ଟରକୁ ଯାଇ ସଠିକ ଭାବରେ ଏବଂ କ୍ରମାନ୍ୱୟରେ ପଞ୍ଜିକରଣ ହେଉଛି କି ନାହିଁ ଦେଖିଥିଲେ । ପରେ ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ ।

ୱାର୍ଡରେ ଭର୍ତି ହୋଇଥିବା ବିଭିନ୍ନ ରୋଗୀ ମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସହ ସେମାନେ ଉପଯୁକ୍ତ ସେବା ଡାକ୍ତରଖାନାରୁ ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିବା ସହିତ ତାଙ୍କ ସମ୍ପର୍କୀୟ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ଦାୟିତ୍ୱରେ ଥିବା ଡାକ୍ତର ଏବଂ ଷ୍ଟାଫ୍ ମାନଙ୍କ ସହ ରୋଗୀଙ୍କୁ ଉପଯୁକ୍ତ ସେବା ସମ୍ପର୍କରେ ଆଲୋଚନା କରିଥିଲେ ।
ଏଥିସହିତ ରୋଗୀମାନଙ୍କୁ ଭଲ ବ୍ୟବହାର କରିବା ସହିତ ଉତମ ରୋଗୀ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାବ୍ୟତିତ ଡାକ୍ତଖାନା ଟଏଲେଟ୍ ଗୁଡିକର ଦୈନିକ ସଫେଇ ଉପରେ ଧ୍ୟାନ ଦେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ । ଏହାପରେ ଜିଲାପାଳ ଆହାର କେନ୍ଦ୍ର ବୁଲି ଦେଖିବା ସହିତ ଚିକିତ୍ସାଳୟଳୟ ଅନ୍ୟ ସମସ୍ୟା ଉପରେ ଉପସ୍ଥିତ ଡାକ୍ତରଖାନା ଅଧୀକ୍ଷକ ଡା. ପ୍ରମୋଦ କୁମାର ପ୍ରହରାଜଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।
