ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୬/୦୭/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲଳ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ଜନସଂଖ୍ୟା ପକ୍ଷ ପାଳନ ଅବସରରେ ବିଶ୍ୱ ଜନସଂଖ୍ୟା ଦିବସ ଜିଲା ତାଲିମ ୟୁନିଟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲା ମିଶନ ନିର୍ଦ୍ଧେଶକ ଡ. ମନୋରଞ୍ଜନ ରାଉତ ଅଧ୍ୟକ୍ଷତା କରିଥଲେ । ଚଳିତବର୍ଷର ଶୀର୍ଷକ -“ମା ହେବାର ବୟସ ଠିକ- ଯେତେବେଳେ ଶରୀର ଓ ମନର ପ୍ରସ୍ତୁତି ଠିକ୍’ ଉପରେ ଗୁରୁତ୍ୱ ରଖିଥିଲେ ଡ. ରାଉତ । ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ( ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଗୌରାଙ୍ଗ ଚରଣ ଗିରୀ, ଏଡିଏମଓ (ମେଡ଼ିକାଲ) ଡା. ପ୍ରମୋଦ କୁମାର ପ୍ରହରାଜ, ଡି. ପି. ଏମ ମନୋରଞ୍ଜନ ସାହୁ, ଡେପୁଟି ମ୍ୟାନେଜର (ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ) ସୁକାନ୍ତ କୁମାର ପ୍ରଧାନ, ଜିଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶୁଭ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ପରିବାର ନିୟୋଜନର ସ୍ଥାୟୀ ଓ ଅସ୍ଥାୟୀ ପଦ୍ଧତି ସାଙ୍ଗକୁ ପରାମର୍ଶ ସେବା ବିଷୟରେ ସମ୍ପୂର୍ଣ୍ଣ ଆଲୋଚନା କରିଥଲେ ।

ଉପସ୍ଥିତ ସମସ୍ତ ଭାରପ୍ରାପ୍ତ ମେଡ଼ିକାଲ ଅଫିସରମାନଙ୍କୁ ପରିବାର ନିୟୋଜନ ପଦ୍ଧତି ଉପରେ ଅଧିକ ସଚେତନତା ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଜିଲା ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏ ବର୍ଷ ମହିଳା ବନ୍ଧ୍ୟାକରଣ ସର୍ଜ୍ଜନ ଭାବେ ଡା. ଆର. କେ ପାତ୍ରଙ୍କୁ ରାଜ୍ୟସ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମାହଲିଂଗଙ୍କ ଦ୍ୱାରା ତା. ୧୧.୦୭.୨୦୨୫ରେ ସମ୍ବର୍ଦ୍ଧିତ କରାଯାଇଛି ।

ବର୍ଷ ୨୦୨୪-୨୦୨୫ରେ ପୁରୁଷ ବନ୍ଧ୍ୟାକରଣ ୬୨ ଟି ଓ ୧୫୩୮ ଟି ମହିଳା ବନ୍ଧ୍ୟାକରଣ ଅପରେସନ କରିଥିବାରୁ ଡା. ସଚ୍ଚିଦାନନ୍ଦ ମିଶ୍ର ଏବଂ ଡା. ଆର. କେ. ପାତ୍ର ଉଭୟଙ୍କୁ ଜିଲାସ୍ତରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଠିକ୍ ସେହିପରି ବ୍ଲକ ସ୍ତରରେ ଅଧିକା ମହିଳା ବନ୍ଧ୍ୟାକରଣ ଅପରେସନ କରିଥିବାରୁ ମହାକାଳପଡା, ରାଜନଗର ଏବଂ ପଟ୍ଟାମୁଣ୍ଡାଇଙ୍କୁ, ପୁରୁଷ ବନ୍ଧ୍ୟାକରଣରେ ଗରଦପୁର, ମହାକାଳପଡା ଏବଂ ପଟ୍ଟାମୁଣ୍ଡାଇ ଙ୍କୁ ସମ୍ବର୍ଦ୍ଧିତ କରାଗଲା । ପରିବାର ନିୟୋଜନର ଅନ୍ୟାନ୍ୟ ପଦ୍ଧତି ଯଥା କପର୍ଟି, ଇେଞ୍ଜକସନ ଅନ୍ତରା ପାଇଁ ମଧ୍ୟ ଇନ୍ଦୁପୁର, ଜିଲା ମୁଖ୍ୟ ଚିକିତ୍ସାଳୟ, ଆଳି, ଡେରାବିଶ, ମହାକାଳପଡା, ରାଜକନିକା ଏବଂ ରାଜନଗର ଙ୍କୁ ଜିଲା ସ୍ତରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ପରିବାର ନିୟୋଜନ ଟିମ୍ ମେମ୍ବର ହିସାବରେ ନର୍ସିଂ ଅଫିସର ବାସନ୍ତୀ ନାୟକ, ମିନତୀ ଲେଙ୍କା ଓ ରମେଶ ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ଲକ ସ୍ତରରୁ ଭାରପ୍ରାପ୍ତ ମେଡ଼ିକାଲ ଅଫିସର, ବି ପି ଏମ ଓ ପି ଏଚ ଇ ଓ ମାନେ ସମ୍ବର୍ଦ୍ଧିତ ହୋଇଥିଲେ । ଏହି କାର୍ଯଯକ୍ରମରେ ଅଂଶଗ୍ରହଣକାରି ଭାବେ ସହକାରୀ ମ୍ୟାନେଜର ଜ୍ୟୋତି ଜେନା, ମମତା ଦାଶ, ଜ୍ୟୋସ୍ନାରାଣୀ ନାୟକ, ଏ ଏନ ଏମ ତାଲିମ କେନ୍ଦ୍ରର ପ୍ରିନ୍ସିପଲ୍, ନର୍ସିଂ ଛାତ୍ରୀ, ପରାମର୍ଶଦାତ୍ରୀ ସସ୍ମିତା ଦାସ ପ୍ରମୁଖ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମକୁ ଡି.ପି.ଏଚ୍. ସି.ଓ ଶୁଭ ନାରାୟଣ କାର୍ଯ୍ୟକ୍ରମ ପ୍ରସ୍ତୁତି ରେ ସହାୟତା କରିଥିବା ବେଳେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *