ବୁଦ୍ଧେଶ୍ଵର ମନ୍ଦିର ରେ କାଉଡ଼ିଆ ଙ୍କ ଭିଡ

ଭୁବନ,୧୪/୦୭/୨୦୨୫ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ଵର ଙ୍କ ମନ୍ଦିର ରେ ଶ୍ରାବଣ ମାସର ପ୍ରଥମ ସୋମବାର ରେ ଜଳଲାଗି କରିବାକୁ କାଉଡ଼ିଆ ଙ୍କ ପ୍ରବଳ ଭିଡ ହୋଇଥିଲା । ରବିବାର ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶୈବ ଭକ୍ତ ନିଜର ମାନସିକ ପୂରଣ ପାଇଁ ଆସି ପହଞ୍ଚିଥିଲେ ।

ପୂଣ୍ୟତୋୟା ବ୍ରାହ୍ମଣୀ ନଦୀରୁ ଜଳ ଆଣି ବାବା ବୁଦ୍ଧେଶ୍ଵର ଙ୍କୁ ଜଳ ଲାଗି କରିଥିଲେ । ଭୋଲା ବାବା ପାର କରେଗା,ହର ହର ମହାଦେବ ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ପ୍ରଥମ ସୋମବାର ରେ ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ୍ୱ କାଉଡ଼ିଆ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ବୁଦ୍ଧେଶ୍ୱର ଙ୍କୁ ଜଳ ଲାଗି କରିଥିଲେ । ବିଭିନ୍ନ ସ୍ବେଛାସେବୀ ସଂସ୍ଥା ତରଫରୁ କାଉଡ଼ିଆ ଙ୍କ ପାଇଁ ସେବା କେନ୍ଦ୍ର ଖୋଲାଯାଇଥିଲା । ଜଳପାନ ଓ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ତରଫରୁ କାଉଡ଼ିଆ ଙ୍କ ସୁରକ୍ଷା ଓ ଶୃଙ୍ଖଳାର ସହ ଜଳଲାଗି ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭୁବନ ଥାନା ତରଫରୁ ମଧ୍ୟ ମନ୍ଦିର ପରିସରରେ ପୋଲିସ ମୁତୟନ କରାଯାଇ ସୁରକ୍ଷା ଯୋଗାଇ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *