ଜିଲା ମଦ୍ରାସା ଶିକ୍ଷକ ସଂଘର ବୈଠକ

କେନ୍ଦ୍ରାପଡ଼ା, ୧୬/୧୦/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୁଲ ଇସଲାମ୍ରେ କେନ୍ଦ୍ରାପଡା ଜିଲା ମଦ୍ରାସା ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୟଦା ସୁହିଲ୍ ଅଖତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲାର ସମସ୍ତ ମଦ୍ରାସାମାନଙ୍କର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ସଭାପତି ବୈଠକର ଉଦ୍ଧେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଉର୍ଦ୍ଧୁ ଭାଷା ମିଳିତ ସଂଘ (ୟୁଏନ୍)ରେ ମାନ୍ୟତା ପାଇଥିବାରୁ ସମସ୍ତେ ଖୁସିବ୍ୟକ୍ତ କରିଥିଲେ । ସଭାପତି ଉର୍ଦ୍ଧୁ ଭାଷାର ଗୁରୁତ୍ୱ ବିଷୟରେ ସମସ୍ତଙ୍କୁ ବୁଝାଇବା ସହ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍ସିପିସିଆର୍)ର ଚିଠି ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ଏହା ଉପରେ ସମସ୍ତେ ଆଲୋଚନା କରି ନିଷ୍ପତି ଗ୍ରହଣ କଲେ ଯେ ଓଡିଶା ରାଜ୍ୟ ପାଇଁ ଏହା ପ୍ରଯୁଜ୍ୟ ନୁହେଁ । ଏହା କେବଳ ଏକ ଭ୍ରାନ୍ତ ଧାରଣା । ଆମ ରାଜ୍ୟର ସମସ୍ତ ମଦ୍ରାସା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶାଳୟର ହିନ୍ଦୀ, ସଂସ୍କୃତ ଓ ସ୍ୱତନ୍ତ୍ର ଶିକ୍ଷାରେ ଅନ୍ତର୍ଭୁକ୍ତ । ଏହି ମଦ୍ରାସାଗୁଡିକ ଉର୍ଦ୍ଧୁ ମିଡିୟମ୍ ର ବିଦ୍ୟାଳୟ । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ବହି ପ୍ରଚଳିତ ରହିଛି । ଏଥିରେ ଓଡିଆ, ଉର୍ଦ୍ଧୁ, ଇଂରାଜୀ ଏବଂ ଆରବି ଭାଷା ପଢାଯାଇଥାଏ । ଅନ୍ୟ ବିଷୟଗୁଡିକ ଯଥା ଗଣିତ,ବିଜ୍ଞାନ, ଭୂଗୋଳ, ଇତିହାସ ଏବଂ ସାହିତ୍ୟ ମଧ୍ୟ ପଢାଯାଏ । ଏହି ସଭାରେ ସଭାପତି ସୟଦା ସୁହିଲ୍ ଅଖତରଙ୍କ ସମେତ ଉପସଭାପତି ମହମ୍ମଦ ଜାହାଙ୍ଗିର୍, ସହକାରୀ ସମ୍ପାଦକ ସେକ୍ ମହମ୍ମଦ ଫାରୁକ୍, କୋଷାଧ୍ୟକ୍ଷ ସେକ୍ ଲିୟାକତ୍ ହୁସେନ୍, ସେକ୍ ଫକିରୁଦ୍ଧିନ୍, ସେକ୍ ସିକନ୍ଦର, ମୁବାରକ ଖାନ୍, ଅବଦୁଲ ହଲିମ୍, ସିଆର୍ସିସି ସେକ୍ ଅସଗର ଅଲ୍ଲୀ ଓ ସେକ୍ ଫାୟାଜୁଦ୍ଧିନ ଏବଂ ଜିଲାର ମଦ୍ରାସା ଗୁଡିକର ସମସ୍ତ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *